fbpx

୯୦୫ ନୂଆ ପୋଲିସ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର, ୭ା୮(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସରେ ନୂଆ ନିଯୁକ୍ତିକୁ ମଞ୍ଜୁରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି ମିଳିଛି । ୨୨୦ ପୋଲିସ ଷ୍ଟେସନ ପାଇଁ ୯୦୫ ପଦବୀକୁ ଓ ୬ ଆଉଟପୋଷ୍ଟକୁ ମଞ୍ଜୁରି ମିଳିଛି । ୬ଟି ଆଉଟ ପୋଷ୍ଟକୁ ଅଧିକ ମଜଭୁତ କରାଯିବା ନେଇ ରାଜ୍ୟରେ ଆଉ ୬ଟି ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଯିବ ବୋଲି ସୂଚନା ମିଳିଛି । ତେଣୁ ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା , ଝାରସୁଗୁଡ଼ା ଟାଉନ ଥାନା , ଭଞ୍ଜନଗର, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନାର ପରୀସୀମା ଭଙ୍ଗାଯାଇ ଦୁଇ ଭାଗ କରାଯିବ ।

Get real time updates directly on you device, subscribe now.