ରାତିସାରା ଫୋନରେ ରୋମାନ୍ସ କଲା ଖୁସବୁ, ଦରକାର ବେଳେ ଟଙ୍କା ବି ନେଲା, ହେଲେ ବାହାହେବା ବେଳକୁ ଉଭେଇଗଲା
ସୋଲେ ଫିଲ୍ମ ପରି ପ୍ରେମିକା ପାଇଁ ଟାୱାରରେ ଚଢ଼ିଲେ ଯୁବକ । ପାନଦୋକାନୀଙ୍କ ଜଘନ୍ୟ ପ୍ରେମ କାହାଣୀ ।
ଭଦୋହି: ଉତ୍ତର ପ୍ରଦେଶ ଭଦୋଇରେ ଦେଖିବାକୁ ମିଳିଛି ବିଚିତ୍ର ଘଟଣା । ପ୍ରେମିକାକୁ ବାହା ହେବା ଲାଗି ଯୁବକ ଫୋନ୍ ଟାୱାରରେ ଚଢ଼ି ଆତ୍ମହତ୍ୟା ପାଇଁ ଦେଲେ ଧମକ ।
ପୱନ ପାଣ୍ଡେ ନାମକ ଯୁବକ ଅନଲାଇନରେ ଖୁସବୁ ନାମକ ଜଣେ ଝିଅଙ୍କୁ ନିଜର ମନ ଦେଇ ବସିଲେ । ଖୁସବୁଙ୍କୁ ବାହାହେବା ଲାଗି ଜିଦ୍ କରି ପୱନ ଗ୍ରାମର ଏକ ଫୋନ ଟାୱାରରେ ଚଢ଼ିଲେ ।
ଗ୍ରାମବାସୀ ପୋଲିସକୁ ଏହାର ସୂଚନା ଦେଲାପରେ ଉଭୟ ପୋଲିସ ଓ ଅଗ୍ନଶମ ବିଭାଗ ଟାୱାର ତଳେ ଜମା ହେଲେ । ଏହାପରେ ପୋଲିସ ଆଗରେ ପୱନ ନିଜ ଦାବି ରଖିଥିଲେ ।
ପୱନଙ୍କ କହିବା ମୁତାବକ ପୋଲିସ ପାଖ ଗାଁରେ ଖୁସବୁ ନାମକ ଝିଅକୁ ଖୋଜିଲା ହେଲେ ପାଇଲା ନାହିଁ । ଇନଷ୍ଟାରେ ଫେକ୍ ଆକାଉଣ୍ଟ ଖୋଲି କେହି ଜଣେ ପୱନଙ୍କୁ ମିଛ ପ୍ରେମ ଜାଲରେ ଫଶାଇଥିବା ପୋଲିସ ଜାଣିବାକୁ ପାଇଲା ।
ଏହାପରେ ଜଣେ ମହିଳା କର୍ମଚାରୀଙ୍କ ସାହାଯ୍ୟରେ ପୱନଙ୍କୁ ଫୋନ କରାଇ ଖୁସବୁ ଭାବେ ତାଙ୍କ କଥା କରାଇଲେ । ଖୁସବୁଙ୍କ କଥା ହୋଇ ପୱନ ଟାୱାରରୁ ତଳୁକ ଓହ୍ଲାଇଥିଲେ ।
ପୱନ ତଳକୁ ଆସିବାପରେ ପୋଲିସ ତାଙ୍କୁ ସବୁ କଥା କହିଥିଲା । ପୋଲିସ କହିଲା ତୁମେ ଯେଉଁ ଖୁସବୁ କଥା କହୁଥିଲ ସେ ଜଣେ ଠକ । ମିଛରେ ତୁମକୁ ପ୍ରେମଜାଲରେ ପକାଇ ତୁମଠାରୁ ଟଙ୍କା ନେବା ତା’ ଚାଲ୍ ଥିଲା ।
ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପୱନ ଶିଶୁପାଳ ହୋଇ ଖୁସବୁକୁ ଝୁରି କାନ୍ଦୁଛନ୍ତି ।