ପୁରୀରେ ଜଗତର ନାଥ ଜଗନ୍ନାଥଙ୍କ ନାଁରେ ହେବ ବିମାନ ବନ୍ଦର, ଖୁବଶୀଘ୍ର ହେବ କାମ ଆରମ୍ଭ

ପୁରୀ: ପୁରୀ ବିମାନ ବନ୍ଦରକୁ ଖବଶୀଘ୍ର କାର୍ଯ୍ୟକ୍ଷମ କରାଯିବା ନେଇ ସୂଚନା । ପୁରୀ ବିମାନ ବନ୍ଦରର ନାମ ଜଗନ୍ନାଥ ବିମାନ ବନ୍ଦର ରଖାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର ।

ଏ ନେଇ କେନ୍ଦ୍ର ବେସାମରିକ ବିମାନ ଉଡ଼ାଣ ବିଭାଗ ମନ୍ତ୍ରୀ ଦେଇଛନ୍ତି ବଡ଼ ସୂଚନା । ବିମାନ ବନ୍ଦର ପାଇଁ ଜମି ସହ ଆବଶ୍ୟକୀୟ ଅନୁମତି ମିଳିସାରିଛି ।

ଖୁବଶୀଘ୍ର ଆରମ୍ଭ ହେବ ଗ୍ରାଉଣ୍ଡ ଅପରେଶନ୍ କାର୍ଯ୍ୟ । ପୂର୍ବରୁ ଜମିକୁ ନେଇ ଥିବା ବିବାଦ ଶେଷ ହୋଇଥିବାବେଳେ ଏବେ କାମ ଆରମ୍ଭ ହେବାକୁ ଯାଉଛି ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ବିମାନ ବନ୍ଦର କାର୍ଯ୍ୟ ସମାପ୍ତ ହେବ ବୋଲି ଆଶା ରଖାଯାଇଛି ।