କାଳିଆ ମନ୍ଦିରରେ ପୁଣି କିଏ କ୍ୟାମେରା ଧରି ପଶିଲା, ଗର୍ଭଗୃହରେ ଫଟୋ ଉଠାଉଥିବା ବେଳେ ଧରାପଡ଼ିଗଲେ

ପୁରୀ ଜଗନ୍ନାଥ ମନ୍ଦିରରେ ପୁଣି ଥରେ ମୋବାଇଲ

ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ କ୍ୟାମେରା। ଫଟୋ ଉଠାଇବା ବେଳେ ଧରାପଡ଼ିଲେ ଭକ୍ତ। ଗର୍ଭଗୃହରେ ଫଟୋ ଉଠାଉଥିବା ବେଳେ ଧରାପଡିଛନ୍ତି। ଭକ୍ତଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଲେ ଜେଟିପି।

ଉକ୍ତ ଭକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ପୁରୀ ମନ୍ଦିର ଭିତରେ କ୍ୟାମେରା ପଶିବା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି। ଏମିତି ଘଟଣା ବାରମ୍ବାର ଘଟୁଥିବାର ଦେଖିବାକୁ ମିଳୁଛି।

ସୂଚନାନୁଯାୟୀ, ଶ୍ରୀମନ୍ଦିର ଭିତରୁ ପୁଣି ଥରେ ଚଷମା କ୍ୟାମେରା ଜବତ ହୋଇଛି। ଏହି ଭକ୍ତଜଣକ ହେଉଛନ୍ତି କୋଲକାତାର। ଚଷମା କ୍ୟାମେରା ଜବତ କରାଯାଇଛି। ଚଷମା କ୍ୟାମେରା ପିନ୍ଧି ଭିତରକାଠ ନିକଟରୁ ଦର୍ଶନ କରୁଥିଲେ।

ଶ୍ରୀଜିଉଙ୍କୁ ଦର୍ଶନ କରିବା ବେଳେ ଧରିଲା ଜେଟିପି। ଧରାପଡ଼ିଥିବା ଭକ୍ତ ଜଣକ ହେଉଛନ୍ତି ଅରୁପ ରାୟ। ପ୍ରଥମେ ଏହି ଭକ୍ତଙ୍କୁ ଗାରଦ ପରେ ସିଂହଦ୍ୱାର ଥାନାକୁ ନିଆଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ପଚରା ଉଚରା କରୁଛି ପୋଲିସ।