(video) ୨ ଘଣ୍ଟା କାଳ ପୋଲିସକୁ ନାକରେ କନ୍ଦେଇଲେ ଯୁବତୀ, ବିଦ୍ୟୁତ୍ ଟାୱାରେ ଚଢ଼ି ଦେଲେ ଧମକ, ମୋ ବୟପ୍ରେଣ୍ଡକୁ ଡ଼ାକ…
ଜାମସେଦପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଝାରଖଣ୍ଡ: ବାପରେ ବାପ, ନାକରେ କାନ୍ଦେଇଲେ ଯୁବତୀ। ୨ ଘଣ୍ଟା କାଳ କଲେ ହାଇଡ୍ରାମା। ଜଲଦି ମୋ ବୟପ୍ରେଣ୍ଡଙ୍କୁ ଡାକ, ନଚେତ ଡେଇଁପଡ଼ିବି। ଝାରଖଣ୍ଡ ଜାମସେଦପୁରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଯେଉଁଥିରେ ଯୁବତୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଜୀବନକୁ ଖାତିର ନକରି ଯୁବତୀ ବିଦ୍ୟୁତ ଟାୱାରରେ ଚଢ଼ି ଯାଇଥିଲେ। ଲୋକ ତାଙ୍କୁ ଅଟକାଇଥିଲେ ମଧ୍ୟ ଯୁବତୀ କାହା କଥା ଶୁଣିନଥିଲେ। ସିଧା ଟାୱାରର ୧୦୦ ଫୁଟ୍ ଉଚ୍ଚରେ ପହଞ୍ଚି ଯାଇଥିଲେ।
ସେଠାରୁ ଚିତ୍କାର କରି କହିଥିଲେ ମୋ ବୟଫ୍ରେଣ୍ଡକୁ ଡ଼ାକ। ନଚେତ ମୁଁ ଏଠାରୁ ଡେଇଁ ପଡ଼ି କରିବି ଆତ୍ମହତ୍ୟା। ଯାହାକୁ ଶୁଣି ତଳେ ଛିଡ଼ା ହୋଇଥିବା ଲୋକ ଡ଼ରିଯାଇ ପୋଲିସକୁ ଫୋନ୍ କରିଥିଲେ।
ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ତଳକୁ ଆସିବାକୁ କହିଥିଲା। ହେଲେ ଯୁବତୀ ଏହା ନଶୁଣି ବାରମ୍ବାର ବୟଫ୍ରେଣ୍ଡକୁ ଡ଼ାକିବାକୁ ଜିଦ୍ କରିଥିଲେ। ଯାହା ପରେ ପୋଲିସକୁ ଟାଟା କମ୍ପାନୀର ସାହାର୍ଯ୍ୟ ନେବାକୁ ପଡ଼ିଲା। ୨ ଘଣ୍ଟା ପରେ ଯୁବତୀଙ୍କ ୧୦୦ ଫୁଟ ଉଚ୍ଚର ତଳକୁ ସୁରକ୍ଷିତ ଅଣାଯାଇଥିଲା।
जमशेदपुर के मरीन ड्राइव इलाके में अजीबोगरीब मामला सामने आया. यहां नशे में धुत एक लड़की अचानक हाईटेंशन बिजली के टावर पर चढ़ गई. करीब 100 फीट की ऊंचाई पर पहुंचने के बाद लड़की बार-बार अपने बॉयफ्रेंड को बुलाने की जिद करती रही. जब इस बारे में लोगों को पता चला तो अफरा-तफरी मच गई. पुलिस… pic.twitter.com/OOdsz5iNdc
— Lallu Ram (@lalluram_news) August 27, 2025
ଘଟଣାଟି ମେରାଇନ୍ ଡ୍ରାଇଭ ଅଞ୍ଚଳରେ ଘଟିଥିଲା। ନିଶାଗ୍ରସ୍ତ ହୋଇ ଯୁବତୀ ବିଦ୍ୟୁତ ଟାୱାରା ଉପରେ ଚଢ଼ି ଯାଇଥିଲେ। ୧୦୦ ଫୁଟ୍ ଉଚ୍ଚତାକୁ ଯିବା ପରେ ଯୁବତୀ ଟାୱାରକୁ ଧରି ଏକ କୋଣରେ ବସିଯାଇଥିଲେ।
ଯାହା ପରେ ଯୁବତୀ ସେଠାରେ ଯାଉଥିବା ଲୋକଙ୍କୁ ତାଙ୍କ ବୟଫ୍ରେଣ୍ଡକୁ ଡାକିବାକୁ ଚିତ୍କାର କରି କହିଥିଲେ। ଯାହା ପରେ ଲୋକ ଏହି ଘଟଣାକୁ ନେଇ ପୋଲିସକୁ ସୂଚନା ଦେଇଥିଲେ। ବିଦ୍ୟୁତ ଟାୱାରରେ ଯୁବତୀ ଚଢ଼ିଥିବା ଦେଖି ଆନନ-ଫାନନର ପୁରା ସହରରେ ବିଦ୍ୟୁତ୍ କାଟ କରାଯାଇଥିଲା।
ଯୁବତୀଙ୍କୁ ତଳକୁ ଆସିବାକୁ ବୁଝାଇଥିଲା। ହେଲେ ଯୁବତୀ କହିଥିଲେ ବୟଫ୍ରେଣ୍ଡ ଆସିଲେ ସେ ତଳକୁ ଓହ୍ଲାଇବେ। ସେ ଯଦି ନଆସିବ ତେବେ ସେ ଏଠାରୁ ଡେଇଁ ପଡ଼ିବେ। ହେଲେ ପୋଲିସ ବାରମ୍ବାର ବୁଝାଇବା ସତ୍ୱେ ମଧ୍ୟ ଯୁବତୀ ଗୋଟେ କଥା ଜିଦ୍ ଧରିଥିଲେ।
ଜଣେ ସ୍ଥାନୀୟ ଯୁବକ ସାହାସ ଜୁଟାଇ ବିଦ୍ୟୁତ ଟାୱାରରେ ଚଢ଼ିଥିଲେ। ହେଲେ ଯୁବତୀ ତାଙ୍କ ଗୋଟେ ଜିଦ୍ରେ ଅଟଳ ଥିଲେ। ଶେଷରେ ପୋଲିସ ଟାଟା ଷ୍ଟିଲର ସାହାର୍ଯ୍ୟ ନେଇ କ୍ରେନ ମଗାଇଥିଲେ। ପାଖାପାଖି ୨ ଘଣ୍ଟାର ହାଇଭୋଲଟେଜ୍ ଡ୍ରାମା ପରେ ଟାଟା ଷ୍ଟିଲ କ୍ରେନର ସାହାର୍ଯ୍ୟରେ ରେସକ୍ୟୁ ଟିମ୍ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।