୩୧ ତାରିଖରେ ହେବାକୁ ଥିବା ହୋମଗାର୍ଡ ପରୀକ୍ଷା ସ୍ଥଗିତ, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କରନ୍ତୁ ଅପେକ୍ଷା

କୋରାପୁଟ: ଗୃହରକ୍ଷୀ ପଦବୀ ପାଇଁ ହେବାକୁ ଥିବା ପାରକ୍ଷା ସ୍ଥଗିତ । ୩୧ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିଲା ।

୧୨୫ଟି ପଦବୀ ପାଇଁ ପରୀକ୍ଷା ହେବାର ଥିଲା । ପ୍ରତିକୂଳ ପାଗ, ପରିସ୍ଥିତି ଓ ପ୍ରାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏ ନେଇ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରହିବ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷାରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି ।

ପୂର୍ବରୁ କନଷ୍ଟେବଲ ଓ ଅନ୍ୟ ସରକାରୀ ଚାକିରି ପାଇଁ କରାଯାଉଥିବା ଫିଜିକାଲ ଏଗଜାମରେ ଅସୁସ୍ଥତା କାରଣରୁ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଛି । ଏ ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି ।