SBI ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ବଢାଇଲା ଅଟୋ ସ୍ୱିପ୍ ଲିମିଟ୍, ଜାଣନ୍ତୁ ଫାଇଦା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଟୋ ସ୍ୱିପ୍ ପାଇଁ ସର୍ବନିମ୍ନ ବାଲାନ୍ସ ସୀମା ବଢାଇଛି..
ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ବଡ଼ ଉପହାର ଦେଇଛି । ବ୍ୟାଙ୍କ ଖାତାରେ ଅଟୋ ସ୍ୱିପ ସୁବିଧା ପାଇଁ ସର୍ବନିମ୍ନ ସୀମା ୩୫,୦୦୦ ଟଙ୍କାରୁ ବଢାଯାଇ ୫୦,୦୦୦ ଟଙ୍କା କରିଦିଆଯାଇଛି ।
ବ୍ୟାଙ୍କ ଏହାର ସୂଚନା ଗ୍ରାହକଙ୍କୁ ଇ-ମେଲ ଜରିଆରେ ଦେଇଛି । ବ୍ୟାଙ୍କ କହିଛି ଯେ, ଆମେ ଅଟୋ ସ୍ୱିପ ସୁବିଧାର ସର୍ବନିମ୍ନ ସୀମା ୩୫,୦୦୦ ଟଙ୍କାରୁ ବଢାଯାଇ ୫୦ ହଜାର ଟଙ୍କା କରିଦେଇଛି । ଏଥିପାଇଁ ଆଗାମୀ ମଲ୍ଟି ଅପସନ ଡିପୋଜିଟ ୫୦,୦୦୦ ଟଙ୍କାରୁ ଆରମ୍ଭ ହେବ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମଧ୍ୟ ବ୍ୟାଙ୍କ ପୋଷ୍ଟ ସେୟାର କରିଛି । ନୂଆ ନିୟମର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ । ବର୍ତ୍ତମାନ ମଲ୍ଟି ଡିପୋଜିଟ ଅପସନ ପାଇଁ ଖାତାରେ ଅଧିକ ଟଙ୍କା ରଖିବାକୁ ପଡ଼ିବ । ସମସ୍ତ ବ୍ୟାଙ୍କ ଏମଓଡି ବା ସ୍ୱିପ୍ ଅଟୋ ପାଇଁ ବିଭିନ୍ନ ଲିମିଟ୍ ରଖୁଛି ।
ଏସବିଆଇ ବଢାଇ ୫୦,୦୦୦ ଟଙ୍କା କରିଛି । ପ୍ରଥମେ ଏହି ଲିମିଟ ୩୫ ହଜାର ଥିଲା । ଅର୍ଥାତ ବର୍ତ୍ତମାନ ସେଭିଙ୍ଗ ଆକାଉଣ୍ଟ ଚେକ୍ ବା କରେଣ୍ଟ ଆକାଉଣ୍ଟରେ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ୫୦,୦୦୦ ଟଙ୍କା ବା ଏହାଠାରୁ ଅଧିକ ବାଲାନ୍ସ ହେବାରେ ଆକାଉଣ୍ଟ ଫିକ୍ସଡ ଡିପୋଜିଟରେ ଟ୍ରାନ୍ସଫର ହେବ ।