ପ୍ରଥମେ ବାନ୍ଧି ବାଡେଇଲେ; ମହିଳା କହିଲେ ମୋ ସହ ଯୌନକ୍ରିୟା କର, ତା’ ପରେ ଯୌନାଙ୍ଗରେ ଷ୍ଟାପଲର ମାରିଦେଲେ

ଯେଉଁଥିରେ ୨ ଜଣ ଯୁବକଙ୍କୁ ପ୍ରଥମେ ବାନ୍ଧି ମାଡ଼ ମାରିଥିଲେ ସ୍ୱାମୀ, ସ୍ତ୍ରୀ । ଏହାପରେ ସେମାନଙ୍କ ଗୁପ୍ତାଙ୍ଗରେ ଷ୍ଟାପଲର ମରି ଦେଇଥିଲେ ।

ଥିରୁଭାନନ୍ତପୁରମ: କେରଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ସ୍ୱାମୀ, ସ୍ତ୍ରୀ ମିଶି ୨ ଜଣ ଯୁବକଙ୍କୁ ଦେଇଛନ୍ତି ଅକଥନୀୟ ଅତ୍ୟାଚାର । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ଜୟଶ ଏବଂ ତାଙ୍କ ସ୍ତ୍ରୀ ରଶ୍ମୀ ଦୁହେଁ ମିଶି ଘଟାଇଛନ୍ତି ଏକ ଜଘନ୍ୟ କାଣ୍ଡ । ଯେଉଁଥିରେ ୨ ଜଣ ଯୁବକଙ୍କୁ ପ୍ରଥମେ ବାନ୍ଧି ମାଡ଼ ମାରିଥିଲେ ସ୍ୱାମୀ, ସ୍ତ୍ରୀ । ଏହାପରେ ସେମାନଙ୍କ ଗୁପ୍ତାଙ୍ଗରେ ଷ୍ଟାପଲର ମରି ଦେଇଥିଲେ ।

ଅପରାଧ ଭିଆଇଥିବା ସ୍ୱାମୀ, ସ୍ତ୍ରୀଙ୍କ ଘର କୋଇପୁରମ ନିକଟରେ ଥିବା ଚାରଲାକୁନ୍ନୁରେ । ଜୟଶ ଏବଂ ରଶ୍ମୀ ଯୁବକଙ୍କୁ ନିଜ ଘରକୁ ନେଇ ସେଠାରେ ତାଙ୍କ ଉପରେ ଏମିତି ଅତ୍ୟାଚାର କରିଥିଲେ ।

ପ୍ରଥମ ପୀଡ଼ିତ ୧୯୦ ବର୍ଷର ଯୁବକଙ୍କ ଘର ନିଲମପେରୁରରେ । ତାଙ୍କୁ ରଶ୍ମୀଙ୍କ ସହିତ ଯୌନକ୍ରିୟା କରିବା ପାଇଁ ସ୍ୱାମୀ ସ୍ତ୍ରୀ ବଧ୍ୟ କଲେ । ଯେତେବେଳେ ଯୁବକ ଜଣକ ଏପରି କରୁଥିଲେ ସେତେବେଳେ ଜୟଶ

ଏହାର ଭିଡିଓ ରେକଡିଂ କରୁଥିଲେ । ସାଇକେଲ ଚେନ୍, ଲୁହା ରଡରେ ତାଙ୍କୁ ମାଡ଼ ମାରିବା ସହ ଯୁବକଙ୍କଠାରୁ ୧୯ ହଜାର ଟଙ୍କା ଦେଇଯାଇଥିବା ଅଭିଯୋଗ ହୋଇଛି ।

ଏହାପୂର୍ବରୁ ଜୟଶ ନିଜ ସହକର୍ମୀଙ୍କ ସହ ଏପରି କରିଛନ୍ତି । ତାଙ୍କ ଶଣୀର ୨୩ଟି ସ୍ଥାନରେ ଷ୍ଟାପଲରମାରିବା ସହ ଯୌନାଙ୍ଗରେ ମଧ୍ୟ ଷ୍ଟାପଲର ମାରିଥିବା କୁହାଯାଉଛି ।

ଯୁବକଜଣକ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଦୁହିଁଙ୍କୁ ଗିରଫ କରିଛି । ଭାରତୀୟ ନ୍ୟାୟ ସଂହିତା ଅଧିନରେ ଏକାଧିକ ଦଫା ଲଗାଯାଇ ସ୍ୱତନ୍ତ୍ର ଟିମ୍ ଯାଞ୍ଚ ଆରମ୍ଭ କରିଛି ।