ପୁରା ପଏଣ୍ଟ କଥା କହିଦେଲେ ‘ଶ୍ରୀମୟୀ’, ରାଜନୀତି ମାହୋଲ ଏବେ ପୁରା ତତଲା
BJD : ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର !
ଭୁବନେଶ୍ୱର: ନିକଟରେ ଧୃତରାଷ୍ଟ୍ର’ ଆକ୍ଷେପ ପରେ ପାଣ୍ଡଆନଙ୍କୁ କଟାକ୍ଷ କଲେ ଶ୍ରୀମୟୀ ମିଶ୍ର। ସନ୍ନ୍ୟାସ ଏବଂ ସନ୍ନ୍ୟାସୀ ବିଷୟ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଟାର୍ଗେଟ୍ କରିଛନ୍ତି। ଶ୍ରୀମୟୀ କହିଛନ୍ତି, ସନ୍ନ୍ୟାସୀ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି। ହେଲେ ଆଜିର ଯୁଗରେ ସନ୍ନ୍ୟାସୀଙ୍କ ପରିଭାଷା ଅଲଗା। ଜଗତ ପଛେ ନର୍କେ ପଡିଥାଉ, ମୋ ଜୀବନ ଉଦ୍ଧାର ହେଉ। କିଛି ସନ୍ନ୍ୟାସୀ ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଳୁଛନ୍ତି। ଅନ୍ୟ ପାଇଁ ଗାତ ଖୋଳିବାକୁ ଯାଇ ନିଜେ ଗାତରେ ପଡୁଛନ୍ତି।
ଶ୍ରୀମୟୀଙ୍କ ପୋଷ୍ଟ: ଯଦି ଆମେ ଶ୍ରୀମୟୀଙ୍କ ପୋଷ୍ଟ ଉପରେ ନଜର ପକେଇବା ତେବେ ସେ ଲେଖିଛନ୍ତି ..
ଏଇ କିଛି ଦିନ ତଳେ ଗୋଟିଏ ଓଟିଟି ପ୍ଲାଟଫର୍ମରେ ବଲିଉଡର ପ୍ରତିଷ୍ଠିତ ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଓ୍ବେବ୍ ସିରିଜ୍ ଦେଖିଲି ଯାହାକି ସନ୍ୟାସ ଓ ସନ୍ୟାସୀ ଉପରେ ଆଧାରିତ ଥିଲା। ସେଥିରେ କଳାକାରମାନଙ୍କ ଅଭିନୟ ବେଶ୍ ହୃଦୟସ୍ପର୍ଶୀ ଓ ଯୁଗୋପଯୋଗୀ ଥିଲା।
‘ ସନ୍ନ୍ୟାସ ରୁ ସନ୍ୟାସୀ ‘:ସଂସାର ର ସମସ୍ତ ସୁଖ ସମ୍ଭୋଗ ଠୁଁ ଦୁରେଇ ରହିବା ବା ସମସ୍ତ ମୋହ ମାୟା ପ୍ରତି ଦୁର୍ବଳତା ନ ରଖିବା ବ୍ୟକ୍ତି ବିଶେଷଙ୍କୁ ସମାଜ ସନ୍ନ୍ୟାସୀ ରୂପେ ଗ୍ରହଣ କରେ। କିନ୍ତୁ ଏଥିରେ ସନ୍ଦେହ କିମ୍ୱା ବ୍ୟତିକ୍ରମ ହେଲେ ସମାଜ ଭଣ୍ଡ ସନ୍ନ୍ୟାସୀ ର ରୂପ ଦେବାକୁ ତିଳେ ମାତ୍ର ପଛଘୁଞ୍ଚା ଦେଇନାହିଁ। ବର୍ତମାନ ଆମସମାଜରେ ଏହିପରି ଆମେ ଅନେକ ଗୁଡ଼ିଏ ଘଟଣା ଶୁଣୁଛେ କିମ୍ୱା ଦେଖୁଛେ, ଯେଉଁମାନେ ସନ୍ନ୍ୟାସ କହି ସମସ୍ତ ସୁଖ ସ୍ବାଛନ୍ଦ୍ୟ ପ୍ରତି ଲାଳାୟିତ ରହୁଛନ୍ତି। ପରମୁହୁର୍ତ୍ତ ରେ ଏକ ଭଣ୍ଡ ସନ୍ନ୍ୟାସର ଆଖ୍ୟାରେ ପରିଚୟ ପାଇ ଶିରୋନାମା ମଣ୍ଡନ କରୁଛନ୍ତି।
ସନ୍ଥ, ସନ୍ନ୍ୟାସୀ ମାନେ ଜ୍ଞାନ, ତ୍ୟାଗ ଓ ଭକ୍ତିର ନିଦର୍ଶନ ଦିଅନ୍ତି,ତାଙ୍କ ଜ୍ଞାନର ଆଲୋକ ଆମ ଜାତିର ଗୌରବ, ଯାହା ଅନ୍ଧକାର ମନରେ ଆଲୋକ ଉତ୍ସ ଭଳି।ବୃକ୍ଷତଳେ ବସି, ନଦୀର କୂଳେ ଧ୍ୟାନମଗ୍ନ ହୋଇ, ସୁନ୍ୟରୁ ସମସ୍ତ ସୃଷ୍ଟିର ରହସ୍ୟ ଦେଖନ୍ତି, ଆଉ ସର୍ବୋପରି ଜଗତର ମଙ୍ଗଳ କାମନା କରନ୍ତି|
ହେଲେ ଏ ଯୁଗର କିଛି ସନ୍ନ୍ୟାସୀଙ୍କ ଭାଷାରେ “ଜଗତେ ପଛେ ନର୍କେ ପଡ଼ିଥାଉ, ମୋ ଜୀବନ ଉଦ୍ଧାର ହଉ”। ଏବେ ମଧ୍ୟ କଛି ସନ୍ନ୍ୟାସୀ ଜନମଙ୍ଗଳକରି ଭାବନା ନେଇ ତପସ୍ୟା କରିଛନ୍ତି, ହେଲେ ଆଉ କିଛି ଜଗନ୍ନାଥଙ୍କ ନାମ ନେଇ ଅନ୍ୟ ପାଇଁ ଗାତ ଖୋଲିବାକୁ ଯାଇ, ନିଜେ ଗାତରେ ପଡ଼ୁଛନ୍ତି।
ପୋଷ୍ଟ ଦେଖି ଯାହା ଲାଗୁଛି ପରୋକ୍ଷରେ ଶ୍ରୀମୟୀ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଶ୍ରୀମୟୀ ଅନେକ ଥର ନିଜ ସୋସିଆଲ ମିଡ଼ିଆ ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥାନ୍ତି ।
ସୂଚନାମୁତାବକ ନିକଟରେ ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଥିଲେ । ସେ କହିଥିଲେ , ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରି ନ ଥିଲେ। ଧୃତରାଷ୍ଟ୍ରଙ୍କର ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ନୀରବ ରଖିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ, ଅନ୍ୟାୟ ରୋକିବାକୁ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି ସେ ସଫାସଫା କହିଦେଇଥିଲେ ।