କିଏ ଏହି ସୁନ୍ଦରୀ? ଯେ ୫୦ ବର୍ଷ ବୟସରେ ମଧ୍ୟ ନିଜ ଜଲୱାରେ ୨୦ ବର୍ଷ ଯୁବକଙ୍କୁ କରୁଛନ୍ତି ଘାଇଲା!
ଏହି ନାୟିକା ନିଜ ଆକ୍ଟିଂ କ୍ୟାରିୟର ପାଇଁ ବିବାହ କରିବାକୁ ଏବେ ନାହାନ୍ତି ରାଜି । ବାହାଘର ପାଇଁ ଏବେ ବି ଆସୁଛି ବହୁତ ଭଲ ଭଲ ପ୍ରସ୍ତାବ
ମୁମ୍ବାଇ: ବଲିଉଡରେ ଅନେକ କଳାକାର ଏବେ ବି ସିଙ୍ଗଲ ଅଛନ୍ତି । ଯେଉଁମାନେ କ୍ୟାରିୟର ପାଇଁ ବିବାହ କରିବାକୁ ଚାହୁଁ ନ ଥିବାବେଳେ କିଛି ପ୍ରେମରେ ଧୋକା ପାଇ ବିବାହରୁ ମୁହଁ ମୋଡ଼ି ଦେଇଛନ୍ତି ।
ସେମାନଙ୍କ ଭିତରେ ଆସୁଛନ୍ତି ଅମିସା ପଟେଲ । ଯେ ନିଜ କ୍ୟାରିୟର ପାଇଁ ବିବାହ କରିନାହନ୍ତି । ଆଗାମୀ ଦିନରେ ବିବାହ କରିବା ପାଇଁ ତାଙ୍କର କୌଣସି ପ୍ଲାନ୍ ନ ଥିବା କଥା ସେ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଛନ୍ତି ।
ଅମିସାଙ୍କୁ ଏବେବି ଅନେକ ଯୁବକଙ୍କ ବିବାହ ପ୍ରସ୍ତାବ ଆସୁଛି । ତାଙ୍କ ଅଧା ବୟସର ଯୁବକ ଏହି ନାୟିକାଙ୍କ ପ୍ରେମରେ ପାଗଳ ବୋଲି ନିଜ ସାକ୍ଷାତକାରରେ କହିଛନ୍ତି ଅମିସା ।
କ୍ୟାରିୟର ଆରମ୍ଭରୁ ଅମିସାଙ୍କ ପାଇଁ ଯେଉଁସବୁ ମ୍ୟାରେଜ ପ୍ରୋପୋଜାଲ ଆସୁଥିଲା ସେମାନେ ଦସବୁ ଚାହୁଁଥିଲେ ଅମିସା ବାହାଘର ପରେ ଆକ୍ଟିଂ ଛାଡ଼ିଦିଅନ୍ତୁ । ସେ ଘରେ ରହନ୍ତୁ । କିନ୍ତୁ ଏଥିରେ ଅମିସା ଆଦୌ ରାଜି ହେଉ ନ ଥିଲେ । କୌଣସି ପରିସ୍ଥିତିରେ ସେ ଅଭିନୟ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ ।
୨୦୨୩ରେ ଅମିସା ପଟେଲ ବଲିଉଡକୁ ପୁଣିଥରେ କମବ୍ୟାକ୍ କରିଛନ୍ତି । ଗଦର-୨ ଜରିଆରେ ସନି ଦେଓଲଙ୍କ ସହିତ ଅମିସାଙ୍କୁ ପୁଣିଥରେ ଦେଖିବାକୁ ମିଳିଥିଲା । ଫିଲ୍ମଟି ଉଭୟ ଦେଶ ଓ ବିଦେଶରେ ବେଶ୍ ପସନ୍ଦଯୋଗ୍ୟ ହୋଇଥିଲା । ଫିଲ୍ମଟି ବକ୍ସଅଫିସରେ ମୋଟ ୬୮୬ କୋଟି ବ୍ୟବସାୟ କରିଥିଲା ।
ଅମିସା କହୋନା ପ୍ୟାର ହୈ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଯେଉଁଥିରେ ତାଙ୍କ ସହ ସ୍କ୍ରିନ୍ ଶେୟାର କରିଥିଲେ ହ୍ରାତିକ ରୋଶନ୍ । ହ୍ରିତିକଙ୍କର ମଧ୍ୟ ଏହା ଥିଲା ପ୍ରଥମ ଫିଲ୍ମ ।