fbpx

ଲାଲ କିଲ୍ଲାରେ କାଲି ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ୭ଟା ୩୦ରେ ପତାକା ଉତ୍ତୋଳନ

ନୂଆଦିଲ୍ଲୀ,୧୪ ।୮: ସ୍ୱାଧୀନତା ଦିବସ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମର ଚୂଡାନ୍ତ ହୋଇଛି । କମ ଲୋକରେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି ଚଳିତ ବର୍ଷ ଦେଶବାସୀ ଏହି ଦିନକୁ ପାଳନ କରିବା ନେଇ ସରକାର ଅନୁମତି ଦେଇଛନ୍ତି । ସୂଚୀ ଅନୁଯାୟୀ, ସକାଳ ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚିବ । ସେଠାରେ ୮ ରୁ ୧୦ ମିନିଟ୍ ରହି ପରେ ପ୍ରଧାନମନ୍ତ୍ରୀ ଲାଲ କିଲାକୁ ଯିବେ ।

ସକାଳ ୭ଟା ୧୮ମିନିଟରେ ପ୍ରଧାନମନ୍ତ୍ରୀ ଲାହୋର ଗେଟରେ ପହଞ୍ଚିବେ । ୭ଟା ୧୮ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଲାହୋର ଗେଟରେ ପହଞ୍ଚିବେ । ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ଏହା ପରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।

ଗାର୍ଡ ଅଫ୍ ଅନର ପ୍ରଦାନ ପରେ ପ୍ରଧାନମନ୍ତ୍ରୀ ସକାଳ ୭ଟା ୩୦ମିନିଟରେ ଜାତୀୟ ପତାକା ଉତ୍ତୋଳନ କରିବେ । ଏହି ସମୟରେ ଗାର୍ଡମାନେ ସଲାମ କରିବା ସହ ସେନାର ବ୍ୟାଣ୍ଡ ଜାତୀୟ ସଂଗୀତ ବଜାଇବେ ଏବଂ ୨୧ଟି ବନ୍ଧୁକର ସଲାମି ଦିଆଯିବ । ଏହି କାମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ୭ଟା ୩୨ମିନିଟରେରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସମ୍ବୋଧନ ପରେ ତୁରନ୍ତ ଏନସିସି କ୍ୟାଡେଟମାନେ ଜାତୀୟ ସଂଗୀତ ଗାନ କରିବେ । ଜାତୀୟ ସଂଗୀତ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଲାହୋର ଗେଟ ଛାଡିବେ ।

Get real time updates directly on you device, subscribe now.