ଏମିତି ଏକ ମହାଦେଶ ଯେଉଁଠି ଭାରତ-ପାକ୍ ଦୁଇ ଦେଶର ରହିଛି ଅଧିକାର । ମାତ୍ର ସେଠି ରୁହନ୍ତି ନାହିଁ କେହି…
ଗୋଟେ ସେକେଣ୍ଡରେ ପାଣି ବରଫ ପାଲଟିଯାଏ, କୋଉଠିି ଅଛି ଏ ରହସ୍ୟମୟୀ ସ୍ଥାନ ଜାଣନ୍ତୁ...
ଓଡିଶା ଭାସ୍କର: ଶୂନଶାନ୍ ଏହି ମହାଦେଶ । ନା ଏଠି ରୁହନ୍ତି ଲୋକ ନା ଶାସନ କରିବାକୁ ଅଛନ୍ତି ସରକାର । କ୍ଷେତ୍ରଫଳ ଦୃଷ୍ଟିରୁ ଏହା ଭାରତ ଠାରୁ ୫ ଗୁଣ ବଡ । ମାତ୍ର ଏହି ମହାଦେଶର ଖଣ୍ଡେ ଅଧେ ଯାଗାରେ ଭାରତ ଓ ପାକିସ୍ତାନ ଉଭୟ ନିଜର ଅଧିକାର ଜମାଇଛନ୍ତି ।ତେବେ ଆସନ୍ତୁ ଜାଣିବା ଏହି ମହାଦେଶର ନାମ କଣ।
ସବୁଠାରୁ ଥଣ୍ଡା ସ୍ଥାନ: ବିଶ୍ୱରେ ୭ଟି ମହାଦେଶ ଅଛି । ଏହା ଭିତରୁ ଆଣ୍ଟାର୍କିଟିକା ହେଉଛି ସବୁଠାରୁ ଥଣ୍ଡା ମହାଦେଶ । ବିଶ୍ୱର ସବୁଠାରୁ ଥଣ୍ଡା ଅଁଚଳ ଆଣ୍ଟାର୍କଟିକା ମହାଦେଶରେ ରହିଛି । ଏଠାରେ ଥିବା ପୂର୍ବ ଆଣ୍ଟାର୍କଟିକା ମାଳଭୂମିରେ ସର୍ବନିମ୍ନ ମାଇନସ୍ ୯୮ ଡିଗ୍ରୀ ସେଲ୍ସିଅସ୍ ତାପମାତ୍ରା ରେକର୍ଡ କରାଯାଇଛିା
ଏହାସହ ଏଠାରେ ଥିବା ଭୋଷ୍ଟୋକ ଗବେଷଣା କେନ୍ଦ୍ର ନିକଟରେ ମାଇନସ୍ ୮୯.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ଏତେ କମ୍ ତାପମାତ୍ରା ଥିବା ଅଁଚଳରେ ମନୁଷ୍ୟ ରହିବା ପ୍ରାୟତଃ ଅସମ୍ଭବ ଅଟୋ ସୂଚନାଯୋଗ୍ୟ ଯେ ଏଠାରେ ବର୍ଷ ତମାମ ୫୧ ମିଲିମିଟର ବର୍ଷା ହୋଇଥାଏ । ଆଉ ଏହା ତଳକୁ ପଡିବା ବେଳକୁ ବରଫ ହୋଇଯାଏା
ଏଠାରେ କେହି ଲୋକ ରହୁନଥିବାରୁ ୭ଟି ଦେଶ ଶୀତଳ ଯୁଦ୍ଧ ସମୟରେ ଆଣ୍ଟାର୍କଟିକାକୁ କବଜା କରିବାକୁ ଚାହୁଁଥିଲେ । କାରଣ ଏହା ରହିବା ଯୋଗ୍ୟ ନ ହେଲେ ମଧ୍ୟ କୁହାଯାଉଛି କି ଏହାର ଭୂମିତଳେ ଅନେକ ଅଶୋଧିତ ତୈଳ ଗଚ୍ଛିତ ରହିଛି । ଏଣୁ ୭ ଦେଶ ଆଣ୍ଟାର୍କଟିକାକୁ କବଜା କରି ତୈଳ ହଡପ୍ କରିବାକୁ ଚାହୁଁଥିଲେ ।
ଏଠାରୁ ଆରମ୍ଭ ହୋଇଥିଲା ଆଣ୍ଟାର୍କଟିକା ସନ୍ଧି ୧୯୫୯ା ପ୍ରଥମରୁ ୧୨ଟି ଦେଶ ଏହାର ସଦସ୍ୟ ଭାବେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲୋ ପରେ ଭାରତ ଓ ପାକିସ୍ତାନ ଏଥିରେ ସାମିଲ ହୋଇଥିଲା । ଚୁକ୍ତି ଅନୁସାରେ ସମସ୍ତ ଦେଶ ଏହି ଅଁଚଳରେ ଗବେଷଣା କେନ୍ଦ୍ର ଖୋଲିପାରିବେ ମାତ୍ର ଏଠାରେ ଡ୍ରିଲିଙ୍ଗ କରିପାରିବେ ନାହିଁ । କେବଳ ଶାନ୍ତିପୂର୍ଣ୍ଣ କାର୍ଯ୍ୟକଳାପ ଏଠାରେ କରାଯାଇପାରିବ ।
ଏତେ ଶୁନଶାନ ସ୍ଥାନ ହେଲେ ମଧ୍ୟ ଏଠାରେ ମିସାଇଲ ପରୀକ୍ଷଣ କରିବା ଉପରେ ରୋକ ଲଗାଯାଇଛି । କାରଣ ଏପରି ହେଲେ ଆଣ୍ଟାର୍କଟିକା ମହାଦେଶର ବଡ ବଡ ବରଫ ତରଳିବାର ସମ୍ଭାବନା ରହୁଛି । ଯାହାକି ସାରା ବିଶ୍ୱ ପାଇଁ ବିପଦ ।
ଏବେସୁଦ୍ଧା ୫୦ରୁ ଅଧିକ ରାଷ୍ଟ୍ର ଏହି ଚୁକ୍ତିରେ ସ୍ୱାକ୍ଷର କରି ଆଣ୍ଟାର୍କଟିକାରେ ଗବେଷଣା କରୁଛନ୍ତି । ଭାରତ ଗବେଷଣା କରିବା ପାଇଁ ଏଠାରେ ମୈତ୍ରୀ ଓ ଦକ୍ଷିଣ ଗଙ୍ଗା ନାମରେ ଦୁଇଟି ଗବେଷଣା କେନ୍ଦ୍ର ସ୍ଥାପନ କରିଛି ।