fbpx

କରନ୍ତୁ ନାହିଁ ଏପରି କାର୍ଯ୍ୟ , ନଚେତ ହୋଇଯିବେ ଦରିଦ୍ର

ପ୍ରତ୍ୟେକ ବ୍ୟକ୍ତି ବିଳାସପୂର୍ଣ୍ଣ ଜୀବନଯାପନ କରିବା ପାଇଁ ଚାହିଁଥାଏ । କିନ୍ତୁ ଆମର ଉନ୍ନତି ଓ ଅବନ୍ନତି ସମ୍ପୂର୍ଣ୍ଣ ଆମ କାର୍ଯ୍ୟ ଉପରେ ନିର୍ଭର କରିଥାଏ । ଏହିପରି କାର୍ଯ୍ୟ ରହିଛି, ଯାହା କରିବା ଦ୍ୱାରା ପାଖରେ ଟଙ୍କା ରୁହେ ନାହିଁ । ଆସ୍ତେ ଆସ୍ତେ ଦରିଦ୍ର ହେବାରେ ଲାଗିଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଯାହା ରହିଛି ତାହା ସମ୍ପୂର୍ଣ୍ଣ ଠିକ ନହେଲେ ବି ମାନିଲେ କିଛିଟା ସତ ହୋଇଥାଏ । ଘରେ ମଧ୍ୟ ଏହି ଜିନିଷ ରଖିଲେ ଶାସ୍ତ୍ର ଅନୁସାରେ ଦରିଦ୍ର ଗ୍ରାସି ଥାଏ । ତେବେ ଆସନ୍ତୁ ଜାଣିବା କଣ କରିଲେ ଓ ଘରେ କେଉଁ ଜିନିଷ ରଖିଲେ ମଣିଷ ଦରିଦ୍ର ହୋଇଯାଇଥାଏ ।
– ଘରେର ଭଙ୍ଗା ସାମଗ୍ରୀ ରଖିଲେ ପାଖରେ ଟଙ୍କା ରୁହେ ନାହିଁ ।
– ବୁଢ଼ିଆଣୀ ବସା , ଅଳନ୍ଧୁ ଘରୁ ଝାଡ଼ି ସଫା ନକଲେ ଋଣ ଭାର ବଢ଼ିଥାଏ ।
– ଖରାପ ଇଲେକ୍ଟ୍ରି ତାର ଓ ସାମଗ୍ରୀ ରଖିଲେ ଭଲ ହୋଇ ନଥାଏ ।
– ସନ୍ଧ୍ୟା ସମୟରେ ନକାରତ୍ମକ ଚିନ୍ତା କରିଲେ ଏହି ସମସ୍ୟା ଦେଖା ଦେଇଥାଏ ।
– ଘରର ଏରୁଣ୍ଡି ବନ୍ଧ ଉପରେ ବସିଲେ , ଭୋଜନ ଥାଳିରେ ହାତ ଧୋଇଲେ, ରସୁଣ ଓ ପିଆଜ ଚୋପା ଘରେ ଉଡ଼ିଲେ, ରାତିରେ ଅଇଁଠା ବାସନ ନମାଜିଲେ ଦରିଦ୍ର ହେବାର ସମ୍ଭାବନା ରହିଥାଏ ।
– ଘରେ ତାଜମହଲ ଓ ବୁଡ଼ି ଯାଉଥିବା ଡଙ୍ଗାର ଫଟୋ ଲଗାଇଲେ ଘରେ କେବେ ଶାନ୍ତି ବଜାୟ ରହିନଥାଏ । ସବୁବେଳେ କଳି ଓ ଝଗଡ଼ା ଲାଗି ରହିଥାଏ ।
– ଚିରା ବସ୍ତ୍ର ପିନ୍ଧିବା ମଧ୍ୟ ଖରାପ ହୋଇଥାଏ ।

Get real time updates directly on you device, subscribe now.