fbpx

ମିନି ଟ୍ରକ ଧକ୍କାରେ ଦମ୍ପତ୍ତି ମୃତ

ଖୋର୍ଦ୍ଧା, ୨୪ା୮(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ କଲେଜ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମିନି ଟ୍ରକ ସହ ଏକ ବାଇକ ଧକ୍କା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ବାଇକରେ ଯାଉଥିବା ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ରଣପୁର ଥାନା ଗୋଡ଼ିମଡ଼ା ଗ୍ରାମର ବାବୁଲା ପ୍ରଧାନ ଓ ତାଙ୍କ ସ୍ତ୍ରୀ । ସେମାନେ ଭୁବନେଶ୍ୱରରୁ ପୈତୃକ ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମିନିଟ୍ରକ କୁ ଯବତ କରିବା ସହ ଡ୍ରାଇଭର ଓ ହେଲପରଙ୍କୁ ଅଟକ ରଖିଛି ।

Get real time updates directly on you device, subscribe now.