fbpx

ମୋଷ୍ଟ ୱାଣ୍ଟେଡ଼ ପାଟୁ ଖାନ୍ ଗିରଫ

ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ମୋଷ୍ଟ ୱାଣ୍ଟେଡ଼ ପାଟୁ ଖାନ୍ ଗିରଫ ହୋଇଛି । ପାଟୁ ଓ ତାର ୩ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ଼ । ରାଜଧାନୀରେ ଲୁଟ ସହ ଆତଙ୍କ ଖେଳାଉଥିଲା ପାଟୁ । ବନ୍ଧୁକ ଦେଖାଇ ଲୁଟତରାଜରେ ପାଟୁ ମାତିଥିଲା । ୬ଟି ମାମଲାରେ ଫେରାର ଥିଲା ପାଟୁ ଗ୍ୟାଙ୍ଗ । ବାଲିଆପାଟଣା, ଧଉଳି, ବାଲିଅନ୍ତ ଅଞ୍ଚଳରେ ମହିଳାମାନଙ୍କୁ ଟାର୍ଗେଟ କରି ଲୁଟ କରୁଥିଲା । ଗିରଫ ବେଳେ ଚୋରା ପିସ୍ତଲ ସହ ନଗଦ ୭୦ହଜାର ଟଙ୍କା ସେମାନଙ୍କ ପାଖରୁ ଜବତ ହୋଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୦୧୬ରେ ଏନକାଉଣ୍ଟରରେ ପାଟୁ ଆହତ ହୋଇଥିଲା । କେବଳ ଭୁବନେଶ୍ୱରରେ ୧୯ଟି ଅପରାଧରେ ପାଟୁ ଲିପ୍ତ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.