fbpx

ବାଘ ବେଶରେ କୁକୁର, ଫଟୋ ଭାଇରାଲ ପରେ ତାତିଲେ ଲୋକ

ବାଘ ବେଶରେ କୁକୁରର ଫଟୋ ଆଜିକାଲି ବେଶ ଭାଇରାଲ ହେବାରେ ଲାଗିଛି । ଫଟୋକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଚିନ୍ତା କରିବେ କି, ଏହା ବାଘ ନା କୁକୁର? ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ ଏହାକୁ ଦେଖି ରାଗିଛନ୍ତି । ଅନ୍ୟପଟେ ପଶୁଙ୍କ ହିତ ପାଇଁ କାମ କରୁଥିବା ସଂସ୍ଥା କୁକୁରକୁ ପେଣ୍ଟ କରିଥିବା ବ୍ୟକ୍ତିକୁ ଦଣ୍ଡ ଦେବା ପାଇଁ ପ୍ରୟାସ ଜାରି ରଖିଛି ।

ବାଘ ରଙ୍ଗରେ ପେଣ୍ଟ ହୋଇଥିବା ଏହି କୁକୁରର ଫଟୋ ମାଲେସିଆର ବୋଲି ଜଣାପଡିଛି । ଏହି ଘଟଣା ବିଷୟରେ ଜଣାପଡ଼ିବା ପରେ ସେଠାକାର ସ୍ଥାନୀୟ ପଶୁ ବିଭାଗ ଅଧିକାରୀ ଫେସବୁକରେ ଏକ ପୋଷ୍ଟ କରିଥିଲେ । ଯେଉଁମାନେ ଲେଖାଥିଲା ଯେ, ଏହା ସହ ଜଡିତ କିଛି ସୂଚନା ଅଛି, ତେବେ ସେମାନେ ଆଗକୁ ଆସନ୍ତୁ।ଏହି ଘଟଣା ବିଷୟରେ ସଠିକ ତଥ୍ୟ ଦେବେ ସେମାନଙ୍କୁ ରହସ୍ୟ ଉପହାର ଦିଆଯିବ ।

ତେବେ କୁକୁରକୁ ସମ୍ପୂର୍ଣ୍ଣ ବାଘର ରଙ୍ଗରେ ରଙ୍ଗିତ କରାଯାଇଛି । କୁକୁରର ଫଟୋ ଉପରେ ଏଯାଏଁ ୬,୦୦୦ରୁ ଅଧିକ କମେଣ୍ଟ ଆସିଥିବା ବେଳେ ୩,୦୦୦ ଲୋକେ ଏହି ଫଟୋକୁ ସେୟାର କରିଛନ୍ତି ।

Get real time updates directly on you device, subscribe now.