fbpx

କୋଲ ବ୍ଲକ ନିଲାମ ସ୍ଥଗିତ ପାଇଁ କେନ୍ଦ୍ରକୁ ଚିଠି

ନୂଆଦିଲ୍ଲୀ,୨୨ ।୯: କୋଲ ବ୍ଲକ୍ ନିଲାମ ୩ ମାସ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ର ପକ୍ଷରୁ ଚିହ୍ନଟ ୪୧ଟି କୋଲ ବ୍ଲକ ମଧ୍ୟରୁ ଓଡିଶାର ୯ଟି ରହିଛି । ଏସବୁରେ ମୋଟ ୧୦,୭୫୦ ନିୟୁତ ଟନ୍ କୋଇଲା ମହଜୁଦ ଅଛି । ୨୦୨୦ ସେପ୍ଟେମ୍ବର ୨୯ ବିଡ ଦାଖଲର ଶେଷ ତାରିଖ ଥିଲା । ଅକ୍ଟୋବର ୧୯ରୁ ନଭେମ୍ବର ୯ ମଧ୍ୟରେ ନିଲାମ ଶେଷ ପାଇଁ ସ୍ଥିର ହୋଇଥିଲା ।

Get real time updates directly on you device, subscribe now.