fbpx

୧୦୦ ଦିନରେ ଚାଷୀଙ୍କୁ ମିଳିବ ପରିଚୟପତ୍ର

ଭୁବନେଶ୍ୱର,୧୪/୧୧(ଓଡିଶା ଭାସ୍କର): ୧୦୦ ଦିନ ଭିତରେ ସମସ୍ତ ଚାଷୀଙ୍କୁ କୃଷକ ପରିଚୟପତ୍ର ଦିଆଯିବ। ଏନେଇ ପ୍ରସ୍ତୁତ ହେବ ଓଡିଶା କୃଷକ ଡାଟାବେସ । ଏଣିକି ସରକାରୀ ଯୋଜନାରେ ସାମିଲ ହେବା ସହଜ ହେବ । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ୭୬ ଲକ୍ଷ କୃଷକ ପଂଜୀକୃତ ହେବେ । ଓଡ଼ିଶା ଡାଟାବେସରେ ୭୬ ଲକ୍ଷ କୃଷକ ପଂଜୀକୃତ ହେବେ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଏହାଦ୍ୱାରା କୃଷକମାନେ ସହଜରେ ବିଭିନ୍ନ ସରକାରୀ ଯୋଜନା ଓ ସେବାର ସୁଫଳ ଶୀଘ୍ର ପାଇପାରିବେ। ନିର୍ଭୁଲ ତଥ୍ୟ ସହ ଡାଟାବେସ ତିଆରି କରାଯିବ । ଇ-ପାସ, କାଳିଆ ଡାଟାବେସକୁ ନେଇ ଗୋଟିଏ ଡାଟାବେସ ପ୍ରସ୍ତୁତ ହେବ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୫-ଟି କାର୍ଯ୍ୟକ୍ରମ ଅଧୀନରେ କୃଷକ, କୃଷି କର୍ମଚାରୀଙ୍କ ପାଇଁ କୃଷକ ଡାଟାବେସ୍‌, କୃଷି ସାମଗ୍ରୀ ବିକ୍ରେତାଙ୍କ ନିମନ୍ତେ ଅନ୍‌ଲାଇନ ଲାଇସେନ୍ସ ପ୍ରଦାନ, ଦକ୍ଷ କର୍ମଚାରୀଙ୍କ ଲାଗି ପ୍ରୋତ୍ସାହନ ଆଦି ଅନ୍‌ଲାଇନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

Get real time updates directly on you device, subscribe now.