fbpx

ଗୃହରେ ଜବାବ ରଖିଲେ ଅରୁଣ

ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ପରୀ ମୃତ୍ୟୁ ପ୍ରସଙ୍ଗରେ ଗୃହରେ ବିବୃତ ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ, ‘ପରୀ ମୃତ୍ୟୁ ଘଟଣା ମୋତେ ମର୍ମାହତ କରିଛି । ମୁଁ ହିଂସାର ଘୋର ବିରୋଧୀ । କ୍ରାଇମବ୍ରାଞ୍ଚ ଉପରେ ମୋର ପୂରା ବିଶ୍ୱାସ ରହିଛି । କ୍ରାଇମବ୍ରାଞ୍ଚ ତଦନ୍ତ କରି ପରିବାରକୁ ନ୍ୟାୟ ଦେବ । ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରାନଯାଉ ବୋଲି ମନ୍ତ୍ରୀ କହିଛନ୍ତି ।

ଏହି ପ୍ରସଙ୍ଗରେ ଗୃରେ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଫଳରେ କାଲିଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.