fbpx

ଲୁଟେରା ଗ୍ୟାଙ୍ଗ୍ ଠାବ: ୨ ଗିରଫ

ଭୁବନେଶ୍ୱର, ୭ା୧୨ (ଓଡିଶା ଭାସ୍କର): ଭୁବନେଶ୍ୱରର ସହିଦନଗରରୁ ଏକ ବଡ଼ ଲୁଟେରା ଗ୍ୟାଙ୍ଗକୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ମୋବାଇଲ ଜବତ କରାଯାଇଛି । ତେବେ ଚୋରା ମୋବାଇଲ୍ କିଣିଥିବା ୮୨ ଜଣଙ୍କୁ ତଦନ୍ତ ପରିସରକୁ ଅଣାଯିବ ବୋଲି କୁହାଯାଇଛି । ଅଭିଯୁକ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାର ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁଙ୍କୁ ଗିରଫ କରାଯାଇଛି । ଖୁବଶୀଘ୍ର ଲୁଟେରା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.