fbpx
BSKY SKY
BSKY SKY

ବାର୍ଡ଼ ଫ୍ଲୁ ସମୟରେ ଅଣ୍ଡା ଓ ମାଂସ ଖାଇବା କେତେ ଉଚିତ 

BSKY

ବର୍ତମାନ ସମଗ୍ର ବିଶ୍ୱ ରେ ବାର୍ଡ଼ ଫ୍ଲୁ ଆତଙ୍କ  ଖେଳି ଯାଇଛି ।  ଭାରତର ଅନେକ ରାଜ୍ୟ ରେ ମଧ୍ୟ ବାର୍ଡ଼ ଫ୍ଲୁ ର ଆତଙ୍କ ବଢିବା ର ଲାଗିଛି ।  ଏହି ସମୟ ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ  ପକ୍ଷରୁ  ଏକ ନିର୍ଦେଶନାମା ଜାରି କରାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏବେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କିଛି ଅସୁବିଧା ନାହିଁ। ମାତ୍ର ଏହାକୁ ଭଲ ଭାବେ ରୋଷେଇ କରି ଖାଇବା ନିହାତି ଜରୁରି । ବାର୍ଡ ଫ୍ଲୁ ବିଶେଷ କରି ‘ଆଭିଆନ୍‌ ଇନ୍‌ଫ୍ଲୁଏନ୍ଜା’ କିମ୍ବା ‘ଆଭିଆନ୍‌ ଫ୍ଲୁ’ ନାଁରେ ଜଣାଯାଏ। ଏହା ପକ୍ଷୀଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଏହା ଖୁବଶୀଘ୍ର ବ୍ୟାପେ। ବାର୍ଡ ଫ୍ଲୁ ହେବା ଦ୍ବାରା, କାଉ, କୁକୁଡ଼ା, ବତକ ଆଦି ପ୍ରାଣ ହରାଇଥାନ୍ତି। କିନ୍ତୁ ଏହା ମଣିଷ ମାନଙ୍କୁ ମଧ୍ୟ ଆକ୍ରାନ୍ତ କରି ପରେ ।

Get real time updates directly on you device, subscribe now.