fbpx

ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲଙ୍କିଙ୍କ ପରଲୋକ

ନୂଆଦିଲ୍ଲୀ,୯ା୧: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ମାଧବସିଂ ସୋଲଙ୍କିଙ୍କ ୯୪ ବର୍ଷ ବୟସରେ ପରଲୋକ ଘଟିଛି । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭରତ ସିଂ ସୋଲଙ୍କିଙ୍କ ପିତା ଅଟନ୍ତି ।

ପେଶାରେ ଜଣେ ଓକିଲ ହୋଇଥିବା ମାଧବ ସିଂ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୮୧ ମସିହାରେ ପଟେଲ ସମ୍ପ୍ରଦାୟ ନେତୃତ୍ୱରେ ଓବିସିମାନଙ୍କୁ ଆରକ୍ଷଣ ଦେବା ବିରୋଧରେ ସେ ଆନ୍ଦୋଳନ କରିଥିବା ସମରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ସୋଲଙ୍କିଙ୍କୁ ସମର୍ଥନ ଜଣାଇଥିଲେ । ତାଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.