fbpx

ଗାଡ଼ିଚାଳକ ହୋଇଯାଆନ୍ତୁ ସାବଧାନ: ଏଣିକି ଦ୍ରୁତଗତିରେ ଗାଡ଼ି ଚଳାଇବା ପଡ଼ିବ ମହଙ୍ଗା

ଭୁବନେଶ୍ୱର, ୫ା୨ (ଓଡିଶା ଭାସ୍କର): ଗାଡ଼ି ଚାଳକମାନେ ଏଣିକି ହୋଇଯାଆନ୍ତୁ ସାବଧାନ । ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ପ୍ରଚଳନ କରାଯିବ ନୂଆ ସଫ୍ଟୱେୟାର । ତେବେ ଏଥିପାଇଁ ଭୁବନେଶ୍ୱର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି ।

ଏହି ସଫ୍ଟୱେୟାର ବାବଦକୁ ପାଖାପାଖି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ରାଜ୍ୟରେ ଦୈନନ୍ଦିନ ଦୁର୍ଘଟଣାରେ ବହୁ ଲୋକଙ୍କ ପ୍ରାଣହାନୀ ଘଟୁଛି । ଦ୍ରୁତଗତିରେ ଗାଡ଼ି ଚାଳନା ଏଥିପାଇଁ ଦାୟୀ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୨୦୧୯ରେ ୫,୩୩୩ଟି ଦୁର୍ଘଟଣା ଦ୍ରୁତଗତି କାରଣରୁ ଘଟିଥିବା ବେଳେ ୬୯ ପ୍ରତିଶତ ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣା କାରଣରୁ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.