fbpx

ଜେଲ ବନ୍ଦୀଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ ପାଇଁ ଆରସେଟିର ପ୍ରାୟାସ

ବେଲପାହାଡ, 10/12: ଝାରସୁଗୁଡା ଜିଲ୍ଲା କରାଗାରର ବନ୍ଦୀ ମାନଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଟିଆରଏଲ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର କାର୍ଯ୍ୟକ୍ରମ ହାତକୁ ନେଇଛି । ବୁଧବାର ଆରସେଟି ନିର୍ଦ୍ଦେଶକ ରାଜ କୁମାର ସାହୁ ଜିଲ୍ଲା କରାଗାରର ଦୁଇ ଶହରୁ ଉର୍ଦ୍ଧ କରା ବନ୍ଦୀଙ୍କୁ କାରାଗାର ପ୍ରାଙ୍ଗଣରେ ଆତ୍ମ ନିଯୁକ୍ତି ତାଲିମ ସଚେତନତା କାର୍ଯ୍ୟକ୍ରମ ଜରିଆରେ ସଚେତିତ କରିଛନ୍ତି। କାର୍ଯ୍ୟକ୍ରମରେ ଜେଲର ଦେବେନ୍ଦ୍ର ଥାଟି, ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟି ସେକ୍ରେଟେରୀ ଜାନକି ବିଶ୍ଵାଳ ଓ ରଶ୍ମିରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବନ୍ଦୀ ମାନଙ୍କ ଠାରେ ସ୍ଵାରୋଜଗାରକ୍ଷମ ହେବା ପାଇଁ ଆବଶ୍ୟକ ଦକ୍ଷତା ନଥିବା କାରଣରୁ ଲକ୍ଷପଥରୁ ପଥଚ୍ୟୁତ ହୋଇ ବିଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି । ଉପାୟସୁନ୍ୟ ହୋଇ ନାନା କୁକର୍ମରେ ଲିପ୍ତ ରହୁଥିବା କାରଣରୁ ସମାଜରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ତେବେ କୈଦି ମାନଙ୍କୁ ସ୍ଵରୋଜଗାରକ୍ଷମ କରେଇବା ଉଦ୍ଦେଶ୍ୟରେ ଆବଶ୍ୟକ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆରସେଟି ଦ୍ଵାରା କରାଯିବା ପାଇଁ ଯୋଜନା ହେଉଛି । ପ୍ରଥମ ପର୍ଯ୍ୟାୟରେ ଛତୁ ଚାଷ, ପେପର ବ୍ୟାଗ୍ ଓ ଧୂପକାଠି ପ୍ରସ୍ତୁତ ବିଷୟରେ ତାଲିମ ପ୍ରଦାନ ପାଇଁ ସ୍ଥିରକୃତ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.