fbpx

ରାଶିଫଳ (ରବିବାର, ୨୧ ଫେବୃୟାରୀ ୨୦୨୧)

ମେଷ : ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ନିଜ ଲକ୍ଷ୍ୟରେ ପହଞ୍ôଚବା କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟଦକ୍ଷତା ହ୍ରାସ ପାଇପାରେ ।ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନଟି ବିତିଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡି଼ବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାର ଏକ ସୀମା ମଧ୍ୟ ରହିଛି ।

ମିଥୁନ : ଆଜି ଆପଣଙ୍କୁ ଏହା ଜାଣି ବହୁତ ଖରାପ ଅନୁଭବ ହେବ ଯେ ଯାହାକୁ ଆପଣ ନିଜ ସାଙ୍ଗ ଭାବୁଛନ୍ତି ସେ ଆପଣଙ୍କ ପିଠି ପଛରେ ଖରାପ କରୁଛନ୍ତି ।

କକର୍ଟ : ଆଜି ଆପଣଙ୍କୁ ନିଜ ଘରେ ପୂର୍ଣ୍ଣଦିନ ବିତାଇଲେ ଆପଣ ନିଜ ପରିବାରର ସୁନ୍ଦରତାକୁ ଚିହ୍ନି ପାରିବେ । ତାଙ୍କ ଦ୍ୱାରା ମିଲିଥିବା ସହେଯାଗ ଆପଣଙ୍କ ମନକୁ ସ୍ପର୍ଶ କରିବ ।

ସିଂହ : ଆଜି ଆପଣ ସେମାନଙ୍କୁ ଜଣାଇଦେବେ ଯେ ଆପଣ ସେମାନଙ୍କ ସାହାଯ୍ୟ କିପରି ଗ୍ରହଣ କରିଛନ୍ତି ଏବଂ ସବୁବେଳେ ଆପଣ ସେମାନଙ୍କ ବ୍ୟତୀତ ଅନ୍ୟ କାହାର ସାହାଯ୍ୟ ଆବଶ୍ୟକ ହେଲେ ଆପଣ ସାହାଯ୍ୟ କରିବାକୁ ପଛାନ୍ତୁ ନାହିଁ ।

କନ୍ୟା : ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତର୍ମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା : ଆଜି ଆପଣଙ୍କୁ ନିଜ କାର୍ଯ୍ୟାଳୟ କିମ୍ବା ଘରେ କିଛି ଚିନ୍ତା ଅନୁଭବ ହୋଇପାରେ । ସମ୍ଭାବନା ଯେ ଆପଣଙ୍କର ଆଖପାଖ ଲୋକ ରାଗରେ ରହିପାରନ୍ତି, ଯାହାର ପ୍ରଭାବ ଆପଣଙ୍କ ମୁଡ୍ ଉପରେ ମଧ୍ୟ ପଡ଼ିପାରେ ।

ବିଛା : ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରନ୍ତି ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗିକରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।

ଧନୁ : ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଏବଂ ଘରର ଛୋଟ ଛୋଟ ଅସୁବିଧାଗୁଡ଼ିକୁ ସମାଧାନ କରିବା ପାଇଁ ନିଜର ଚତୁରତା ଏବଂ ବୁଦ୍ଧିର ବ୍ୟବହାର କରିବା ଉଚିତ୍ ।

ମକର : ଆଜି ଆପଣ ନିଜକୁ ଠିକ୍ ଭାବେ ବୁଝିପାରିବେ । ଆପଣ ନିଜର ବ୍ୟକ୍ତିତ୍ୱକୁ ଭଲ ଭାବେ ବୁଝିବାକୁ ଚେଷ୍ଟା କରିବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ଅଟେ ।

କୁମ୍ଭ : ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଜରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣାନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ମୀନ : ଆଜି ଆପଣ କୌଣସି ନୂଆ କାମ କରିବାରେ ମନ ଦେବେ । ଏହି କାମ ଚେସ୍ ଖେଳଠାରୁ ନେଇ ଆକାଶରେ ଉଡ଼ିବା ପର୍ଯ୍ୟନ୍ତ ହୋଇପାରେ । ଏହି ସମୟ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଏବଂ କିଛି ମଜ୍ଜା କରିବାର ଅଟେ ।

Get real time updates directly on you device, subscribe now.