fbpx

ରାୟଗଡ଼ାରେ ଏନକାଉଣ୍ଟର

ରାୟଗଡ଼ା,୨୫ ।୧୧(ଓଡିଶା ଭାସ୍କର): ରାୟଗଡ଼ା ସହରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ଏନକାଉଣ୍ଟର କରିଛି ଟାଉନ ଥାନା ପୋଲିସ । ସେହି ଦୁର୍ଦ୍ଦାନ୍ତ ଅପରାଧୀର ନାମ ଶିବା ହୋଇଥିବା ବେଳେ ପ୍ରାୟ ୫୦ ମାମଲାରେ ସେ ସମ୍ପୃକ୍ତ ଥିବା ଜଣାପଡିଛି । ପୋଲିସ ସହିତ ଗୁଳିବିନିମୟ ବେଳେ ଅପରାଧୀ ଶିବା ଧରାପଡ଼ିଛି । ଶିବାର ବାମ ଗୋଡ଼ରେ ଗୁଳି ବାଜିଥିବାବେଳେ ତା’କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଳିବିନିମୟ ସମୟରେ ୨ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ଶିବା ସୋନପୁରର ଜଣେ ଯୁବକଙ୍କୁ ଅପହରଣ କରିବା ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.