fbpx

ଏହି ସ୍ଥାନରେ ମାତ୍ର ୮୩ ଟଙ୍କାରେ ମିଳୁଛି ଘର, ଜାଣନ୍ତୁ ଶସ୍ତାର କାରଣ

ଆଜିକାଲିର ମହଙ୍ଗା ଯୁଗରେ ନିଜର ଏକ ଘର କରିବା ଏକ ସ୍ୱପ୍ନ । କିଛି ଲୋକ ବ୍ୟାଙ୍କରୁ ଋଣ କରି, ବନ୍ଧୁ ପରିଜନଙ୍କ ଠାରୁ ଧାର ଉଧାର କରି ଟଙ୍କା ଯୋଗାଡ଼ କରି ଘର କରିଥାନ୍ତି । ଯଦି ଆପଣଙ୍କୁ କୁହାଯିବ କି ୮୩ ଟଙ୍କାରେ ଘର ମିଳୁଛି, ତେବେ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ । ଇଟାଲିରେ ଜଣେ ଲୋକ ୮୩ ଟଙ୍କା ଦେଇ ଏକ ଘର କିଣିଛନ୍ତି । ହଜାର ହଜାର ଲୋକ ଇଟାଲିର ସିସଲି ଆଇଲ୍ୟାଣ୍ଡରେ ଏପରି ଶସ୍ତାରେ ଘର କିଣିଛନ୍ତି ।

ଶହ ଶହ ବର୍ଷରୁ ଲୋକେ ଏକ ଗାଁରେ ବସବାସ କରିଆସୁଥିଲେ । ବର୍ତ୍ତମାନ ଗାଁର ଅଧିକାଂଶ ଘର ଖରାପ ଅବସ୍ଥାରେ ରହିଛି । ଅଧିକାଂଶ ଲୋକ ଏହି ଗ୍ରାମକୁ ଛାଡ଼ି ସହରକୁ ଚାଲି ଯାଉଛନ୍ତି । ଗ୍ରାମର ଅଧିକାଂଶ ଘରମାନଙ୍କରେ କେହି ରହୁନଥିବାରୁ ସ୍ଥାନୀୟ ପ୍ରଶାସନ ବର୍ତ୍ତମାନ ସେହି ଘରଗୁଡ଼ିକୁ ଶସ୍ତାରେ ବିକ୍ରି କରିଦେଉଛି । ଏହି ଘର ବିକ୍ରିକୁ ଗାଁଲୋକେ ବିରୋଧ କରୁଛନ୍ତି । ଗ୍ରାମର ଜନସଂଖ୍ୟା ବୃଦ୍ଧି କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ବିକ୍ରି ନିଷ୍ପତ୍ତି ନିଆଯାଇଛି । ଏହି ଗ୍ରାମର ପ୍ରତ୍ୟେକ ଘରକୁ ୮୩ ଟଙ୍କାରେ ବିକ୍ରି କରାଯାଉଛି । ତେଣୁ ଏତେ କମ ଦାମରେ ଘର ମିଳୁଥିବାରୁ କିଣିବା ପାଇଁ ଲୋକଙ୍କର ଭିଡ଼ ଜମିଛି ।

Get real time updates directly on you device, subscribe now.