fbpx

ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ସେୟାର ମାର୍କେଟ, ସେନସେକ୍ସ ୫୦୦ ଅଙ୍କ ଉପରେ

ମୁମ୍ବାଇ ,୭ା୪ : ସପ୍ତାହର ତୃତୀୟ ଦିନରେ ସେୟାର ମାର୍କେଟର ଅଙ୍କ ଦ୍ରୁତ ଗତିରେ ବଢୁଥିବାର ଦେଖିବାକୁ ମିଳିଛି । ଆଜି ସେନସେକ୍ସ ୫୦୦ ଅଙ୍କ ଅତିକ୍ରମ କରିଥିବା ଦେଖିବାକୁ ମିଳିଛି । ଆରବିଆଇ ପକ୍ଷରୁ ମୌଦ୍ରିକ ନୀତି  ସମିତି ଘୋଷଣା ହେବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପରିବର୍ତ୍ତନ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରମୁଖ ସୂଚକାଙ୍କ ସେନସେକ୍ସ ୧୨୫.୫୫ ଅଙ୍କର ବୃଦ୍ଧି ସହିତ ୪୯,୩୨୬.୯୪ରେ ପହଞ୍ଚିଛି । ସେହିପରି ନେସନାଲ ଷ୍ଟକ ଏକ୍ସଚେଞ୍ଜ ୨୭.୫୦ ଅଙ୍କ ବୃଦ୍ଧି ସହିତ ୧୪,୭୧୧.୦୦ରେ ପହଞ୍ଚିଛି ।

ଅନ୍ୟପଟେ ଭାରତୀୟ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୨୧-୨୨ ବର୍ଷ ପାଇଁ ପ୍ରଥମ ଥର ମୌଦ୍ରିକ ନୀତି ସମୀକ୍ଷା ଘୋଷଣା କରିଛି ।୨୦୨୧-୨୨ ବର୍ଷ ପାଇଁ ଆରବିଆଇ ଜିଡ଼ିପିରେ ୧୦.୫ ପ୍ରତିଶତ ବୃଦ୍ଧି ନେଇ ଅନୁମାନ କରିଛି । ଆରବିଆଇ ରେପୋ ରେଟକୁ ୪ ପ୍ରତିଶତ, ରିଭର୍ସ ରେପୋକୁ ୩.୩୫ ପ୍ରତିଶତ ଏବଂ ବ୍ୟାଙ୍କ ରେଟକୁ ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି ।

ସେୟାର ମାର୍କେଟରେ ବଜାଜ ଅଟୋ, ଏନଟିପିସି, ଇନଫୋସିସ, ମାରୁତି, ଓ ରିଲାଏନ୍ସ ପ୍ରମୁଖ ନିଜର ସେୟାର ସବୁଜ ସଙ୍କେତରୁ ଆରମ୍ଭ ହୋଇଛି । ସେହିଭଳି ଟିସିଏସ, ଏଚଡ଼ିଏଫସି ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସ ପ୍ରମୁଖ ଲାଲ ସଙ୍କେତରୁ ଆରମ୍ଭ ହୋଇଛି ।

Get real time updates directly on you device, subscribe now.