fbpx

ବାଇକକୁ ଧକ୍କା ଦେଲା ବସ୍, ଦାଦା-ପୁତୁରା ମୃତ

ଢ଼େଙ୍କାନାଳ, ୨୮ା୧(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ଲମ୍ବୋଦରପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବାଇକକୁ ଏକ ବସ ଧକ୍କା ଦେଇଥିବା ସୂଚନା ମିଳିଛି । ଯାହାଫଳରେ ବାଇକରେ ଆସୁଥିବା ଦାଦା-ପୁତୁରାଙ୍କର ମୃତ୍ୟୁ ଘଟିଛି । ମୃତକ କଟକ ସାଲେପୁରର ରାମେଶ୍ୱରପୁରରେ ଘର । ମୃତକ ଦାଦା ହେଉଛନ୍ତି ପ୍ରତାପ ଓ ପୁତୁରା ପ୍ରିତମ ଷଡ଼ଙ୍ଗୀ । ସେମାନେ ଦୁଇଜଣ ଢ଼େଙ୍କାନାଳରେ ଏକ ଏକାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ ।

Get real time updates directly on you device, subscribe now.