fbpx

ଅନଲାଇନ୍ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର ୧୫ ।୪(ଓଡିଶା ଭାସ୍କର) : ଆନ୍ଦୋଳନକୁ ଓହ୍ଲାଇଛନ୍ତି କଲେଜ ଛାତ୍ରଛାତ୍ରୀ । ଅନଲାଇନ୍ ପରୀକ୍ଷା ପାଇଁ ଦାବି କରି ଆଜି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ । ଏହି ଆନ୍ଦୋଳନରେ ରାଜଧାନୀରେ ଥିବା ସମସ୍ତ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇ ବିକ୍ଷୋଭ କରିଛନ୍ତି । ବିଜେପି କଲେଜର ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକ ସାମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେହିପରି OUAT ଛାତ୍ରଛାତ୍ରୀ ମଧ୍ୟ ଭିସିଙ୍କ କାର୍ଯ୍ୟାଳୟ ସାମ୍ନାରେ ଆନ୍ଦୋଳନ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଅନଲାଇନ୍ ପରୀକ୍ଷା ଦାବି ନେଇ ଆନ୍ଦୋଳନ କରିଛନ୍ତି । ଅଫଲାଇନରେ ପରୀକ୍ଷା ନକରି ଅନଲାଇନରେ ପରୀକ୍ଷା କରାଯାଉ ନଚେତ ପରୀକ୍ଷା ବନ୍ଦ କରିଦିଆଯାଉ । ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ଯଦି ଆମେ ଅନଲାଇନରେ ପାଠପଢିଛୁ ତେବେ ଅନଲାଇନିରେ ହି ପରୀକ୍ଷା କରାଯାଉ ବୋଲି ଦାବି କରିଛନ୍ତି । ଅନ୍ୟପଟେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଯୋଗୁ ଅନଲାଇନ୍ ପରୀକ୍ଷା ସପକ୍ଷରେ ଅଭିଭାବକ ନିଜର ମତ ରଖିଛନ୍ତି ।

Get real time updates directly on you device, subscribe now.