fbpx

+୨ ଏବଂ ମାଟ୍ରିକ୍ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, ୧୫/୪ (ଓଡିଶା ଭାସ୍କର) : ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଏବଂ +୨ ପରୀକ୍ଷା । ସ୍ଥଗିତ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନବମ ଏବଂ ଏକାଦଶ ଶ୍ରେଣୀର ସମସ୍ତ ପିଲା ବିନା ପରୀକ୍ଷାରେ ପାସ୍ ହେବେ । କରୋନା ମହାମାରୀ କାରଣରୁ ପରୀକ୍ଷା ସ୍ଥଗିତ କରିବା ନେଇ ନିଷ୍ପତି ନିଆଯାଇଛି । ଜୁନ୍ ପ୍ରଥମ ସପ୍ତାହରେ ସ୍ଥିତିକୁ ସମୀକ୍ଷା କରି ଆଗାମୀ ନିଷ୍ପତି ନିଆଯିବ ବୋଲି ସୁଚନା ଦେଇଛନ୍ତି ରାଜ୍ୟ ସରକାର ।

ସୁଚନା ଅନୁସାରେ, ମେ ମାସ ୧୮ ତାରିଖରେ +୨ ପରୀକ୍ଷା ହେବାକୁ ଘୋଷଣା କରାଯାଇଥିଲା । ହେଲେ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ଜୁନ୍ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କରାଯିବା ନେଇ ସ୍ଥିତି ସମୀକ୍ଷା କରିବେ । ଏହାପରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କରାଯିବ ନେଇ ପରବର୍ତ୍ତୀ ନିଷ୍ପତି ନିଆଯିବ । ଖାଲି ସେତିକି ନୁହେଁ ୨୦୨୦-୨୧ ଶିକ୍ଷାବର୍ଷର ମାଟ୍ରିକ୍ ଏବଂ +୨ ର ହେଉଥିବା କ୍ଲାସ୍ କୁ ୧୯ ତାରିଖଠାରୁ ବନ୍ଦ ରଖାଯିବ ଏବଂ ସ୍କୁଲରେ କୌଣସି ପ୍ରକାରର ଶୈକ୍ଷିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.