fbpx

ମେ’ ୩ ଯାଏ ଭାରତକୁ ବିମାନ ସେବା ବାତିଲ କଲା ହଂକଂ

ନୂଆଦିଲ୍ଲୀ ୧୯ ।୪ (ଓଡିଶା ଭାସ୍କର) : ଭାରତ ସହ ବିମାନ ସେବା ସମ୍ପର୍କ ଛିନ୍ନ କଲା ହଂକଂ । ଭାରତରେ ଦ୍ରୁତ ଗତିରେ ବଢୁଥିବା କରୋନା ପାଇଁ ହଂକଂ ସରକାର ଏଭଳି ପଦେକ୍ଷପ ନେଇଛନ୍ତି । ଭାରତକୁ ଅସୁଥିବା ବିମାନ ସେବାଗୁଡିକୁ ଆସନ୍ତା କାଲିଠାରୁ ମେ’ ୩ ତାରିଖ ଯାଏ ବାତିଲ କାରାଯାଇଛି । ଏନେଇ ହଂକଂ ସରକାର ପକ୍ଷରୁ ଆଜି ଘୋଷଣା ହୋଇଛି । ଭାରତ ସହିତ ପାକିସ୍ତାନ ଏବଂ ଫିଲିପାଇନ୍ସି ସହ ମଧ୍ୟ ହଂକଂ ମେ’ ୩ ତାରିଖ ଯାଏ ବିମାନ ସେବା ବାତିଲ କରିଛି ।

ଭିସ୍ତାରା ବିମାନରେ ହଂକଂ ଯାଇଥିବା ୫୦ ଜଣ ଯାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ହଂକଂ ସରକାର ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି । ହଂକଂ ସରକାର ଜାରି କରିଥିବା ନିୟମ ଅନୁଯାୟୀ, ଦେଶକୁ ଆସିବାକୁ ଚାହୁଁଥିବା ଲୋକମାନେ ୭୨ ଘଣ୍ଟା ପୂର୍ବରୁ ନିଜର ଆରଟି-ପିସିଆର ଟେଷ୍ଟ କରିବାକୁ ବାଧ୍ୟ। ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ହିଁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିବ।  ରବିବାର ଦିନ ଭିସ୍ତାର ବିମାନରେ ମୁମ୍ବାଇରୁ ହଂକଂ ଯାଇଥିବା ୩ ଯାତ୍ରୀ କୋଭିଡ୍ ପଜିଟିଭ ବାହାରିଥିଲେ । ଏହାପୂର୍ବରୁ ଦିଲ୍ଲୀରୁ ହଂକଂ ଯାଇଥିବା ୪୭ ଜଣ ଯାତ୍ରୀଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ହଂକଂ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.