fbpx

କରୋନାର ଭୟଙ୍କର ପରିସ୍ଥିତି: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ୍

ନୂଆଦିଲ୍ଲୀ, ୧୯ା୪: ସମଗ୍ର ବିଶ୍ୱରେ ବିଶେଷ କରି ଭାରତରେ କରୋନା ମହାମାରୀ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କର ଭାରତ ଗସ୍ତକୁ ବାତିଲ କରିଦେଇଛନ୍ତି । ତେବେ ଆସନ୍ତା କିଛିଦିନ ପରେ କରୋନାର ପ୍ରକୋପ ହ୍ରାସ ପାଇବା ପରେ ଭାରତ ଆସିପାରନ୍ତି ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ବୋରିସ ଜନସନ ଆସନ୍ତା ୨୫ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ପୂର୍ବରୁ ବୋରିସ ଗତ ଜାନୁଆରୀ ୨୬ରେ ସାଧାରଣତନ୍ତ୍ର ଦିବସର ଗସ୍ତ ବାତିଲ କରିଥିଲେ । ବ୍ରିଟେନରେ ବିରୋଧୀ ଦଳ ଲେବର ପାର୍ଟି ପକ୍ଷରୁ ଜନସନଙ୍କ ଭାରତ ଗସ୍ତ ବାତିଲ କରିବାକୁ ଦାବି କରାଯାଇଥିଲା ।

Get real time updates directly on you device, subscribe now.