fbpx

‘ମୁଁ ଅସଫଳ ହୋଇଗଲି’ କରୋନା ପୀଡିତଙ୍କୁ ସାହାଯ୍ୟ କରିବାରେ: ରିୟଲ ହିରୋ ସୋନୁ ସୁଦ୍

ମୁମ୍ବାଇ ୨୦ ।୪ (ଓଡିଶା ଭାସ୍କର) :  ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଲହର ଦ୍ରୁତ ଗତିରେ ମାଡିଚାଲିଛି । ଏହି ସଂକ୍ରମଣକୁ ରୋକିବା କଷ୍ଟ କଷ୍ଟକର ହୋଇ ପଡିଛି । ଏହାର ପ୍ରଭାବରେ ଦେଶର ନେତା ଠାରୁ ଆରମ୍ଭ କରି ଜନତା ସମସ୍ତେ ସଂକ୍ରମିତ ହେଉଛନ୍ତି । ବଢୁଥିବା ସଂକ୍ରମଣକୁ ଦେଖି କେତେକ ରାଜ୍ୟ ଲକଡାଉନ୍ ଘୋଷଣା କରିଛନ୍ତି । ସେପଟେ କରୋନା ସଂକ୍ରମିତ ଥାଇ ମଧ୍ୟ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଲୋକମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସୋନୁ ଟ୍ୱିଟ୍ କରି କହିଛନ୍ତି କି ସେ ଏବେ କରୋନା ପୀଡିତ ଲୋକମାନଙ୍କୁ ସାହାଯ୍ୟ କରିପାରୁ ନାହାନ୍ତି ।

 

ସୋମବାର ରାତିରେ ସୋନୁ ଏକ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କୁ ୫୭୦ ଟି ବେଡ୍ ପାଇଁ କୁହ।ଯାଇଥିଲା । ହେଲେ ସେଥିରୁ ୧୧୨ଟି ବେଡର ବ୍ୟବସ୍ଥା ସେ କରିପାରିଛନ୍ତି । ଏହାସହ ୧୪୭୭ଟି ରେମଡିସିବିର ପାଇଁ ଅନୁରୋଧ କରିଥିଲେ ସେଥିରୁ କେବଳ ୧୮ଟିର ବ୍ୟବସ୍ଥା ହୋଇପାରିଛି । ସେ ଟ୍ୱିଟରେ ଏହା ମଧ୍ୟ କହିଛନ୍ତି ‘ହଁ ମୁଁ ବିଫଳ  ହୋଇଗଲି, ପରିସ୍ଥିତି ଏତେ ଜଟିଳ ହୋଇ ପଡିଛି ଯେ ବର୍ତ୍ତମାନ ଆମର ସ୍ୱାସ୍ଥ୍ୟବସ୍ଥା ଫେଲ୍ ମାରିଯାଇଛି ।’ ସୂଚନା ଅନୁସାରେ ଗତଥର କରୋନା ସମୟରେ ହୋଇଥିବା ଲକଡାଉନରେ ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଘର ପର୍ଯ୍ୟନ୍ତ ପହଞ୍ଚାଇବାରେ ଯଥା ସମ୍ଭବ ସାହାଯ୍ୟ କରିଥିଲେ ।

 

Get real time updates directly on you device, subscribe now.