fbpx

କରୋନର ଛାତିଥରା ଦୃଶ୍ୟ: ହସ୍ପିଟାଲ ଆଗରେ ଆମ୍ବୁଲାନ୍ସର ଲମ୍ବା ଲାଇନ

ଗୁଜୁରାଟ,୨୦/୦୪: ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରଭାବ ଦେଖିବାକୁ ମିଳିଛି । ବର୍ତ୍ତମାନ ଦେଶରେ ରେକର୍ଡ ସଂଖ୍ୟକ ସଂକ୍ରମଣ ଦେଖିବାକୁ ମିଳୁଛି । ସେପଟେ ଏହାରି ଭିତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି, ଗୁଜୁରାଟ ଅହମଦାବାଦର ସିଭିଲ ହସ୍ପିଟାଲ ବାହାରେ ଏକ ଲମ୍ବା ଧାଡିରେ ରୋଗୀଙ୍କୁ ଧରି ଆମ୍ବୁଲାନ୍ସ ଛିଡା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ଘଟଣାକୁ ଗୁଜୁରାଟ  ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱୀକାର କରିବା ସହ, ସରକାରୀ ହସ୍ପିଟାଲରେ ବେଡର ଅଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜି ଥିବା ନେଇ କହିଛନ୍ତି । ତେବେ ଆଜି ଗୁଜୁରାଟରେ ଆଜି ୧୦,୩୪୦ ପଜିଟିଭ କେସ ଆସିଥିବାବେଳେ ୧୧୦ ଜଣକର ମୃତ୍ୟୁ ହୋଇଛି । ଯାହା ଗତବର୍ଷ ତୁଳନାରେ ଗୋଟିଏ ଦିନରେ ସବୁଠାରୁ ଅଧିକ ସଂଖ୍ୟକ ସଂକ୍ରମଣ ।

Get real time updates directly on you device, subscribe now.