fbpx

ସକାଳ ୭ରୁ ଦିନ ୧୧ ଖୋଲିବ ଗ୍ରୋସରୀ ଓ ପରିବା ଦୋକାନ, ଜାଣନ୍ତୁ କେଉଁଠି ?

ମହାରାଷ୍ଟ୍ରର ୨୦ ।୪ (ଓଡିଶା ଭାସ୍କର) : ମହାରାଷ୍ଟ୍ରରେ ଅଣଆୟତ ହେଉଛି କରୋନା । ସରାକାରଙ୍କ ପକ୍ଷରୁ ରାଜ୍ୟରେ କର୍ଫ୍ୟୁ ଲାଗିଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧକୁ ନଜରେ ରଖି କଟକଣାକୁ ଅଧିକ ଶକ୍ତ କରିଛନ୍ତି । ରାଜ୍ୟରେ କର୍ଫ୍ୟୁ ଲାଗିଥିଲେ ମଧ୍ୟ ଜରୁରୀ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିଛି । ଏନେଇ ମହାରାଷ୍ଟ୍ର ସରକାର ଆଜି ଜରୁରୀ ସାମଗ୍ରୀ ପାଇଁ ଦୋକାନ ଖୋଲିବାର ସମୟ ପରିବର୍ତ୍ତନ କରିଛନ୍ତି । ଏଣିକି ଗ୍ରୋସରୀ ,ପନିପରିବା ଓ ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଗୁଡିକ ସକାଳ ୭ଟାରୁ ଦିନ ୧୧ ଟା ଯାଏ ଖୋଲା ରହିବ । ସେହିପରି ରାତି ୮ଟା ପରେ ହୋମ୍ ଡେଲିଭରୀ ହୋଇ ପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି ହୋଇଛି ।

ସେହିପରି ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହୁଥିବାରୁ ସରକାର ଏପ୍ରିଲ ୧୪ରୁ ୧୫ ଦିନିଆ କର୍ଫ୍ୟୁ ଲାଗୁ କରିଛନ୍ତି। ହେଲେ ଜରୁରୀ ସାମଗ୍ରୀ ଆଣିବା ବାହାନାରେ ଲୋକମାନେ ମାର୍କେଟରେ ପ୍ରବଳ ଭିଡ଼ କରୁଥିବାରୁ ସରକାର ବାଧ୍ୟ ହୋଇ ଏହି କଟକଣା ଲାଗୁ କରିଥିବା ସୂଚନା ରହିଛି ।

Get real time updates directly on you device, subscribe now.