fbpx

ଆଇପିଏଲ: ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ

ନୂଆ ଦିଲ୍ଲୀ, ୨୫/୦୪: ଆଇପିଏଲର ଆଜିର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବାକୁ ଯାଉଛି । ଏହି ମ୍ୟାଚ ସଂନ୍ଧ୍ୟା ୭:୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଉଭୟ ଟିମ ନିଜ ନିଜର ପୂର୍ବ ମ୍ୟାଚ ଜିତିଛନ୍ତି, ଏବଂ ଭଲ ଫର୍ମରେ ମଧ୍ୟ ଅଛନ୍ତି, ଉଭୟ ଦଳ ଜିତିବା ପାଇଁ ଚେଷ୍ଟା କରିବେ । ଏସଆରଏଚ ପାଇଁ ପୂର୍ବ ମ୍ୟାଚରେ କ୍ୟାନ ୱିଲିୟମସନ ଖେଳିବା ପାଇଁ ପଡିଆକୁ ଓହ୍ଲାଇଥିଲେ ଏବଂ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।
ଏସଆରଏଚ ଆରମ୍ଭରୁ ତିନିଟି ମ୍ୟାଚରେ ପରାଜିତ ହୋଇଛି, ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ଚାରିଟିି ମ୍ୟାଚ ମଧ୍ୟରୁ ତିନିଟି ମ୍ୟାଚରେ ବିଜୟ ହୋଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଯେତେବେଳେକି ଏସଆରଏଚ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି ।
ଏମିତି ରହିପାରେ ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବିତ ପ୍ଲେଇଙ୍ଗ ଇଲେଭେନ:
ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନି ବେୟାରଷ୍ଟୋ, କେନ ୱିଲିୟମସନ, ବିରାଟ ସିଂ, ବିଜୟ ଶଙ୍କର, ଅଭିଷେକ ଶର୍ମା, କେଦାର ଯାଦବ, ରସିଦ ଖାନ, ଭୁବନେଶ୍ୱର କୁମାର, ଖାଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ ।
ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଙ୍ଗ ଇଲେଭେନ:
ପୃଥ୍ୱୀ ଶ, ଶିଖର ଧୱନ, ଷ୍ଟିଭ ସ୍ମିଥ, ଋଷଭ ପନ୍ତ (ଅଧିନାୟକ), ମାର୍କସ ଷ୍ଟୋଇନିସ, ଶିମ୍ରୋନ ହେଟମାୟର, ଲଲିତ ଯାଦବ, ଆର ଅଶ୍ୱିନ, କଗିସୋ ରବାଡା, ଅମିତ ମିଶ୍ରା, ଆବେଶ ଖାନ ।

Get real time updates directly on you device, subscribe now.