fbpx

ଅସହ୍ୟ ତାତି! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ବୌଦ୍ଧ ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି ।

ସେହିପରି ଭୁବନେଶ୍ୱରରେ ୪୨.୫, ବଲାଙ୍ଗିରରେ ୪୨.୨, ଅନୁଗୁଳରେ ୪୨.୧, ନୟାଗଡ ଓ ଟିଟିଲାଗଡରେ ୪୨ ଡିଗ୍ରୀ, ତାଳଚେରରେ ୪୧.୬, ସୁନ୍ଦରଗଡରେ ୪୧.୫, ଝାରସୁଗୁଡାରେ ୪୧.୪, ବାରିପଦା ଓ ସମ୍ବଲପୁରରେ ୪୧.୨, ସୋନପୁର ଓ ଭବାନୀପାଟଣାରେ ୪୧ ଡିଗ୍ରୀ, ହୀରାକୁଦରେ ୪୦.୯, କଟକରେ ୪୦.୨, ବାଲେଶ୍ୱରରେ ୪୦.୧, ଫୁଲବାଣୀରେ ୪୦ ଡିଗ୍ରୀସେଲସିଅସ୍ ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.