fbpx

ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତଙ୍କ ଦେହାନ୍ତ

ଭୁବନେଶ୍ୱର ୨୭ ।୪ (ଓଡ଼ିଶା ଭାସ୍କର) : ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗା ରାଉତଙ୍କ ଦେହାନ୍ତ ହୋଇଯାଇଛି । କରୋନା ସଂକ୍ରମିତ ଯୋଗୁ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ରହିଛି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏକ ଘୋରଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଓଡ଼ିଆ ଯାତ୍ରା ଜଗତରେ ସେ ଜଣେ ହାସ୍ୟ କଳାକାର ଭାବେ ବେଶ୍ ଜଣାଶୁଣା ଥିଲେ । ଦୀର୍ଘ ୬୨ ବର୍ଷ ଧରି ଜଗା ରାଉତ ଯାତ୍ରାରେ ଅଭିନୟ କରିଛନ୍ତି । ଯାତ୍ରା ଜଗତରେ ମଉସା ଭାବେ ପରିଚିତ ଥିଲେ ଜଗା ରାଉତ । ଯାତ୍ର ସହ ସେ ଓଡିଆ ସିନେମାରେ ମଧ୍ୟ ଅଭିନୟ କରି ଲୋକମାନଙ୍କୁ ହସାଇ ପାରିଛନ୍ତି । ରାଜଧାନୀ ତତେ ଦୁରୁ ଜୁହାର, ନକହିଲେ କୂଳ ଭାସିଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜଫୁଲ, ବୋହୁ ଆଣିଥିଲି ବେଶ୍ୟାପଡାରୁ, କହଲୋ ବଉଳ କିଏ ତୋ ବର ଭଳି ଯାତ୍ରାରେ ଅଭିନୟ କରି ଦର୍ଶକଙ୍କ ମନରେ ନିଜର ଗୋଟେ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଥିଲେ ହାସ୍ୟ ଅଭିନେତା ଜଗା ରାଉତ ।

Get real time updates directly on you device, subscribe now.