fbpx

କୋଭିଡରେ ୧୩୫ ଶିକ୍ଷକଙ୍କ ମୃତ୍ୟୁ: ହାଇକୋର୍ଟଙ୍କ ଭର୍ତ୍ସନା, ଏଥିପାଇଁ ଦାୟୀ କିଏ?

ନୂଆଦିଲ୍ଲୀ, ୨୮ା୪: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି । ଏହି ସମୟରେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ କରୁଥିବା ୧୩୫ ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ଖବର ସାମନାକୁ ଆସିଛି । ଏହି ଗମ୍ଭୀର ଘଟଣା ନେଇ ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ନୋଟିସ ପଠାଇଛନ୍ତି । ଏହାଛଡ଼ା ନିର୍ବାଚନ ସମୟରେ କୋଭିଡ ନିୟମାବଳୀ ଉଲ୍ଲଂଘନ କରାଯାଉଥିବା ନେଇ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁଯାୟୀ, ୟୁପିରେ ପଞ୍ଚାୟତ ନିର୍ବାଚନ ଡ୍ୟୁଟି ସମୟରେ ୧୩୫ ଜଣ ଶିକ୍ଷକ, ଶିକ୍ଷା ମିତ୍ରଙ୍କ ମୃତ୍ୟୁ ଘଟିଛି । ଏହାଛଡ଼ା ନିର୍ବାଚନ ପ୍ରଶିକ୍ଷଣ ସମୟରେ ହଜାରେ ଶିକ୍ଷକ ସଂକ୍ରମିତ ହୋଇଛନ୍ତି । ଯେଉଁସବୁ ଅଞ୍ଚଳରେ ନିର୍ବାଚନ କରାଯାଇଛି, ଉକ୍ତ ଅଞ୍ଚଳମାନଙ୍କରେ ମାମଲା ବହୁଗୁଣରେ ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏନେଇ ରାଷ୍ଟ୍ରୀୟ ଶିକ୍ଷକ ମହାସଂଘ ତରଫରୁ ମୃତକଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଦାବି କରାଯାଇଛି ।

Get real time updates directly on you device, subscribe now.