fbpx

ଆସାମର ଜଲୁକବାଡିରୁ ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ବିଜୟୀ

ଦିଶପୁର୍ ୦୨ ।୦୫ (ଓଡ଼ିଶା ଭାସ୍କର) : ଆସାମର ବରିଷ୍ଠ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ବିଜୟ ଲାଭ କରିଛନ୍ତି । ପଞ୍ଚମ ଥର ପାଇଁ ଜଲୁକବାଡିରୁ ଜିତିଲେ ହିମନ୍ତ ବିଶ୍ୱଶର୍ମା । ୧ଲକ୍ଷ ୧ ହଜାର ୯୧୧ ଭୋଟ ବ୍ୟବଧାନରେ ସେ ଜିତିଛନ୍ତି । ଆଜି ଦେଶର ୫ଟି ବିଧାନସଭା ନିର୍ବାଚନ ଫଳାପଳ ଘୋଷଣା ନେଇ ରାଜନିତୀ ସରଗରମ ରହିଛି । ଆସାମରେ ୧୨୬ ଟି ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା । ଏଥି ମଧ୍ୟରୁ ବିଜେପି ୭୭ ଟି ଆସନରେ ଆଗୁଆ ରହିଛି । ସେହିପରି ୟୁପିଏ ୪୭ ଟି ଆସନରେ ଅଗୁଆ ରହି ବିଜେପିକୁ କଡା ଟକ୍କର ଦେଉଛି । ଅନ୍ୟାନ୍ୟ ଦଳ ୨ଟି ଆସନରେ ଅଛନ୍ତି ।

Get real time updates directly on you device, subscribe now.