fbpx

ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ: ଗାଜାରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ଆହତ ୬ ଶହ ନିକଟତର

ଗାଜା, ୧୪ା୫: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ହିଂସା କାରଣରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଶିଶୁ ରହିଥିବା ବେଳେ ଆକ୍ରମଣରେ ୫୮୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ଉଭୟ ରାଷ୍ଟ୍ରର ସୀମାରେ ହିଂସା ଚତୁର୍ଥ ଦିନରେ ପହଞ୍ଚିଛି । ତେବେ ସମାଧାନ ନେଇ ଇଜିପ୍ଟର ମଧ୍ୟସ୍ଥିମାନେ ଉଭୟପକ୍ଷଙ୍କ ସହିତ ଏନେଇ ଆଲୋଚନା କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ଜାତିସଂଘର ସୁରକ୍ଷା ପରିଷଦର ଭର୍ଚୁଆଲ ବୈଠକକୁ ଆମେରିକା ବାତିଲ କରିଦେଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୭୫୦ଟି ରକେଟ୍ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଆଡ଼କୁ ଉତକ୍ଷେପଣ କରାଯାଇଛି । ସେଥିମଧ୍ୟରୁ ପ୍ରାୟ ୩୦୦ଟି ଅସଫଳ ହୋଇ ଗାଜା ଷ୍ଟ୍ରିପରେ ବିସ୍ଫୋରଣ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.