fbpx

ତାଉକ୍ତେର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ: ଦୁଇ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ସ୍ଥଳଭାଗ ଛୁଇଁବା ପ୍ରକ୍ରିିୟା

ମୁମ୍ବାଇ: ଆରମ୍ଭ ହୋଇଛି ସାମୁଦ୍ରିକ ଝଡ ତାଉକ୍ତେର ଲ୍ୟାଣ୍ଡଫଲ ପ୍ରକ୍ରିୟା । ତେବେ ଏହି ପ୍ରକ୍ରିୟା ଦୁଇ ଘଣ୍ଟା ଧରି ଚାଲିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଗଜୁୁରାଟ ଊପକୂଳର ନିକଟବର୍ତ୍ତୀ ବାତ୍ୟା ତାଉକ୍ତେ । ପ୍ରଭାବରେ  ମୁମ୍ବାଇରେ ମଧ୍ୟ ଆରମ୍ଭ ହୋଇଛି ଭୀଷଣ ବର୍ଷା । ଗୁଜୁରାଟର ମାଙ୍ଗରୋଲ ନିକଟରେ ସ୍ଥଳଭାଗ ଛୁଇଁବା ନେଇ  ସୂଚନା ମିଳିଛି । ଏହାର ପ୍ରଭାବରେ ବର୍ଷା ସହ ଘଣ୍ଟା ପ୍ରତି ୧୭୫ କିମି ବେଗରେ ପବନ ବହିବ ବୋଲି ଅନୁମାନ କରାଯାଉଛି । ତେଣୁ ପ୍ରଶାସନ ପକ୍ଷରୁ ମାଙ୍ଗରୋଲ, ବେରାବଲ, ପୋରବନ୍ଦର, କଛ, ଦ୍ୱାରିକା ଆଦି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳବାସୀଙ୍କୁ ଆଲର୍ଟ ଜାରି କରାଯାଇଛି ।

Get real time updates directly on you device, subscribe now.