fbpx

ଅକ୍ସିଜେନ୍ ପରିବହନ କରୁଥିବା ଗାଡ଼ିକୁ ଛାଡ଼ ହେବ ଟୋଲ୍ ଟାକ୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ଶା ସରକାର ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡ଼ିଗୁଡ଼ିକ ପାଇଁ ଟୋଲ ଟ୍ୟାକ୍ସ ଛାଡ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଟୋଲ ପ୍ଲାଜାରେ ଅକ୍ସିଜେନ ଟ୍ୟାଙ୍କର କିମ୍ବା ସିଲିଣ୍ଡରରେ ମେଡିକାଲ ଅକ୍ସିଜେନ ପରିବହନ କରୁଥିବା ଗାଡ଼ିରୁ ଟ୍ୟାକ୍ସ ସଂଗ୍ରହ କରାଯିବ ନାହିଁ। ଏହି ଆଦେଶ ଜୁଲାଇ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ବର୍ତ୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟର (ସିଭିସି) କୁ ମେଡିକାଲ ଅକ୍ସିଜେନ ଯୋଗାଣକୁ ସୁଗମ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହାପୂର୍ବରୁ ମେ ୮ ରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜାରେ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରୁଥିବା ଯାନ ପାଇଁ ଉପଭୋକ୍ତା ଶୁଳ୍କ ଛାଡ଼ କରିଥିଲା ।

Get real time updates directly on you device, subscribe now.