fbpx

ବାର୍ଡ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ହୃଦଘାତରେ ପରଲୋକ

ନୂଆଦିଲ୍ଲୀ: ବାର୍ଡ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ହୃଦଘାତରେ ପରଲୋକ ଘଟିଛି । ତାଙ୍କୁ ମୃତ୍ୟୁ ବେଳକୁ ୪୮ ବର୍ଷ ବୟସ ହୋଇଥିଲା । ଆଜି ସକାଳୁ ଭୀଷଣ ହୃଦଘାତ ଯୋଗୁଁ ସେ ମୃତ୍ୟୁବରଣ କରିଛନ୍ତି । ଅଙ୍କୁରଙ୍କ ପରିବାରରେ ତାଙ୍କ ଧର୍ମପତ୍ନୀ ଓ ଦୁଇ ସନ୍ତାନ ରହିଛନ୍ତି । ସେ ଲଣ୍ଡନ ୟୁନିଭରସିଟିର କିଙ୍ଗସ୍ କଲେଜରୁ କମ୍ପ୍ୟୁଟର ସାଇନ୍ସ ଶିକ୍ଷା ସମାପ୍ତ କରିଥିଲେ । ତାଙ୍କର ମୃତ୍ୟୁରେ ବହୁ ଶିଳ୍ପପତି, ବ୍ୟବସାୟୀ, ରାଜନେତା ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।

ବାର୍ଡ ଗ୍ରୁପ ମୁଖ୍ୟତଃ ହସ୍ପିଟାଲ, ଭ୍ରମଣ ଓ ପ୍ରଯୁକ୍ତି ବିଦ୍ୟା, ବିମାନ ସେବା, ଖୁଚୁରା ବ୍ୟବସାୟ ଓ ଶିକ୍ଷା ଉପରେ କାର୍ଯ୍ୟ କରୁଥିଲା । ଆମାଡ୍ୟୁସ୍ ବ୍ରାଣ୍ଡକୁ ଅଙ୍କୁର ହିଁ ଭାରତୀୟ ଉପମହାଦେଶରେ ୧୯୯୪ରେ ପ୍ରଥର ଥର ପାଇଁ ଲଞ୍ଚ କରିଥିଲେ, ଯାହାକି ବର୍ତ୍ତମାନ ଟ୍ରାଭେଲ ଏଜେଣ୍ଟ ଓ ବିମାନ ସେବା ପାଇଁ ଟ୍ରାଭେଲ ଟେକ୍ନୋଲୋଜି ପ୍ରଦାନ କରୁଛି । ୨୦୧୯ ମସିହାରେ ଆମାଡ୍ୟୁସ୍ ଭାରତରେ ୨୫ ବର୍ଷ କାର୍ଯ୍ୟ ପୂର୍ତ୍ତି ପାଳନ କରିଥିଲା । ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ଅଙ୍କୁରଙ୍କ ପରି ଜଣେ ଉଜ୍ଜ୍ୱଳ ଉଦ୍ୟୋଗୀଙ୍କୁ ହରାଇଛି ।

Get real time updates directly on you device, subscribe now.