fbpx

ରୋହିତଙ୍କୁ ନେଇ ଗାଭାସ୍କରଙ୍କ ଭବିଷ୍ୟତବାଣୀ, ଇଂଲଣ୍ଡରେ ଏତିକି ଶତକ ଲଗାଇବେ ହିଟ୍ ମ୍ୟାନ

ସାଉଥମ୍ପଟନ: ସୀମିତ ଓଭର କ୍ରିକେଟର ବିଶେଷଜ୍ଞ ବ୍ୟାଟସମ୍ୟାନ ରୋହିତ ଶର୍ମା ଟେଷ୍ଟ ଓପନିଂରେ ମଧ୍ୟ ନିଜର ସ୍ଵତନ୍ତ୍ର ଛାପ ଛାଡିବାରେ ସଫଳ ହୋଇଛନ୍ତି। ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ରୋହିତ ଓପନିଂ ଭାବେ ପ୍ରଥମ ଥର ମଇଦାନକୁ ଓହ୍ଲାଇଥିଲେ। ଏହା ପରଠୁ ହିଟମ୍ୟାନ ଅନେକ ଦମଦାର ଇନିଂସ ଖେଳି ଭାରତ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। କିନ୍ତୁ ଓପନର ଭାବେ ରୋହିତଙ୍କ ଅସଲ ପରୀକ୍ଷା ଇଂଲଣ୍ଡରେ ହେବାକୁ ଯାଉଛି। ଇଂଲଣ୍ଡର ସୁଇଙ୍ଗ୍ ପିଚରେ ଦ୍ରୁତ ବୋଲରଙ୍କୁ କେମିତି ମୁକାବିଲା କରିବେ ତାହା ଦେଖିବାଯୋଗ୍ୟ ରହିବ। ଏହା ମଧ୍ୟରେ ଭାରତର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ରୋହିତଙ୍କୁ ନେଇ ଭବିଷ୍ୟତବାଣୀ କରିଛନ୍ତି।

ସେ କହିଛନ୍ତି, ଇଂଲଣ୍ଡ ପରିବେଶରେ ରୋହିତ ଶର୍ମା ଧମାକାଦାର ପ୍ରଦର୍ଶନ କରିବେ ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅତି କମରେ ୩ ଶତକ ଅର୍ଜନ କରିବେ। ରୋହିତଙ୍କ ପାଇଁ ପ୍ରଥମ ଦୁଇ ତିନି ଓଭର ବହୁତ ଗୁରୁତ୍ଵପୂର୍ଣ୍ଣ। ପ୍ରାରମ୍ଭିକ କିଛି ଓଭରରେ ତାଙ୍କ ଫ୍ରଣ୍ଟ ଫୁଟ୍ ପିଚରେ ବୋଲ  ପର୍ଯ୍ୟନ୍ତ ପହଞ୍ଚିନଥାଏ। ମାତ୍ର କିଛି ସମୟ ପରେ ଯେବେ ତାଙ୍କର ଫ୍ରଣ୍ଟ ଫୁଟ୍ ପିଚ୍ ପର୍ଯ୍ୟନ୍ତ ପହଞ୍ଚିଥାଏ ରୋହିତ ନିଜର ସ୍ଵଭାବିକ ଫର୍ମରେ ନଜର ଆସିଥାନ୍ତି। ଅଷ୍ଟ୍ରେଲିଆରେ ମଧ୍ୟ ସେ ସେତେ ଅଧିକ ରନ କରିନଥିଲେ, ତଥାପି ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ପ୍ରଶଂସନୀୟ ଥିଲା।

ଗାଭାସ୍କର କହିଛନ୍ତି, ଇଂଲଣ୍ଡ ବିପକ୍ଷ ପାଂଚ ମ୍ୟାଚର ଟେଷ୍ଟ ସିରିଜରେ ରୋହିତ ଶର୍ମା ଅତି କମରେ ୩ ଶତକ  ହାସଲ କରିବେ। ତାଙ୍କର ସବୁଠୁ ବଡ ସକରାତ୍ମକ ଦିଗ ଏହା ଯେ, ସେ ସର୍ବଦା ଆକ୍ରମଣାତ୍ମକ ଖେଳ ଖେଳିଥାନ୍ତି। ସେ ନିଜର ସଟ୍ ଚୟନକୁ ନେଇ ହିଁ ଆଉଟ୍ ହୋଇଥାନ୍ତି। ଯଦି ସେ ଧୈର୍ଯ୍ୟର ସହ ଖେଳିବେ ତେବେ ଟେଷ୍ଟ ସିରିଜରେ ଅତି କମରେ ତିନି ଶତକ ହାସଲ କରିବେ। ରୋହିତ ଇଂଲଣ୍ଡରେ ଏ ପର୍ଯ୍ୟନ୍ତ ମାତ୍ର ଗୋଟିଏ ଟେଷ୍ଟ ଖେଳି ୩୪ ରନ କରିଛନ୍ତି।

Get real time updates directly on you device, subscribe now.