ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ପାକିସ୍ତାନୀ ଲିଙ୍କ ଅଭିଯୋଗକୁ ଭୁବନେଶ୍ୱର କେୟାର ହସ୍ପିଟାଲ ଖଣ୍ଡନ କରିଛି । ମୁଖ୍ୟ ପରିଚାଳନା ଅଧିକାରୀ ଗୁରିତ କୌର ସେଠୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ପାକିସ୍ତାନର କୌଣସି ବ୍ୟକ୍ତି ହସ୍ପିଟାଲର ମାଲିକ ନୁହନ୍ତି । ହସ୍ପିଟାଲର ଏନଓସିରେ କୌଣସି ଅସୁବିଧା ନାହିଁ । ଡ୍ରଗ୍ସ ନିୟନ୍ତ୍ରକଙ୍କ ଚଢ଼ାଉ ଏକ ନିୟମିତ ଯାଞ୍ଚ ବୋଲି ଗୁରିତ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିଧାନସଭାରେ କେୟାର ହସ୍ପିଟାଲର ପାକିସ୍ତାନୀ ଲିଙ୍କ ଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କେୟାର ହସ୍ପିଟାଲ ମାଲିକ ଜଣେ ପାକିସ୍ତାନୀ ବୋଲି ମଧ୍ୟ ପ୍ରଦୀପ୍ତ କହିଥିଲେ । ଆଜି କେୟାର ଚଢ଼ାଉ କରିଥିଲା ଡ୍ରଗ୍ସ ନିୟନ୍ତ୍ରକଙ୍କ ୪ଜଣିଆ ଟିମ୍ ।
Prev Post