fbpx
BSKY SKY
BSKY SKY

ଖେଳ ରତ୍ନ ପାଇଁ ରବିଚନ୍ଦ୍ରନ ଅଶ୍ଵିନ ଓ ମିତାଲି ରାଜଙ୍କ ନାମ ସୁପାରିଶ, ଅର୍ଜୁନ ଆଓ୍ଵାର୍ଡ ପାଇଁ ଏହି ଖେଳାଳିଙ୍କ ନାମ ସାମିଲ

BSKY

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏକ ଦିବସୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ମିତାଲି ରାଜ ଓ ଭାରତୀୟ କ୍ରିକେଟ୍ ଦଳର ତାରକା ସ୍ପିନର ରବି ଚନ୍ଦ୍ରନ ଅଶ୍ଵିନଙ୍କ ନାମ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି। ଏହା ବ୍ୟତୀତ ଅର୍ଜୁନ ଆଓ୍ଵାର୍ଡ ପାଇଁ କେଏଲ ରାହୁଲ, ଯଶପ୍ରୀତ ବୁମରା ଓ ଶିଖର ଧାଓ୍ଵନଙ୍କ ନାମ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପାଖକୁ ପଠାଇଛି।

ବିସିସିଆଇର ସୂତ୍ର ଅନୁଯାୟୀ, ବହୁତ ବିଚାର ବିମର୍ଶ ପରେ ରବିଚନ୍ଦ୍ରନ ଅଶ୍ଵିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ପଠାଇବାକୁ ନିର୍ଣ୍ଣୟ ନିଆଯାଇଛି। ବୋର୍ଡ ଅର୍ଜୁନ ଆଓ୍ଵାର୍ଡ ପାଇଁ ଶିଖର ଧାଓ୍ଵନଙ୍କ ନାମ ପୁନର୍ବାର ସାମିଲ କରିଛି। ଏଥିସହ କେଏଲ ରାହୁଲ ଓ ଯଶପ୍ରୀତ ବୁମରାଙ୍କ ନାମ ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଛି।

କ୍ରୀଡା ମନ୍ତ୍ରଣାଳୟ କିଛି ଦିନ ପୂର୍ବେ ଜାତୀୟ କ୍ରୀଡା ପୁରସ୍କାର ୨୦୨୧ ପାଇଁ ଆବେଦନ କରିବାର ଅନ୍ତିମ ତାରିଖକୁ ବଢାଇବାକୁ ନିଷ୍ପତ୍ତି ନେଇଥିଲା। ଏହା ପୂର୍ବରୁ ଜାତୀୟ ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ ୨୧ ଥିଲା। କ୍ରୀଡା ମନ୍ତ୍ରଣାଳୟ ମେ ୨୦ରେ ଜାତୀୟ ଖେଳ ପୁରସ୍କାର ପାଇଁ ଆବେନ ମଗାଇଥିଲା। କରୋନା ମହାମାରୀ କାରଣରୁ କ୍ରମାଗତ ଦ୍ଵିତୀୟ ବର୍ଷ ଯୋଗ୍ୟ ଆଥଲେଟ୍, କୋଚ୍, ବିଶ୍ଵ ବିଦ୍ୟାଳୟ ଓ ଅନ୍ୟ ସଂସ୍ଥାକୁ ଅନଲାଇନ ଆବେଦନ କରିବାକୁ କୁହାଯାଇଥିଲା।

ଗତ ବର୍ଷ କ୍ରିକେଟର ରୋହିତ ଶର୍ମା, ମହିଳା  ହକି ଦଳର ଅଧିନାୟକ ରାଣୀ ରାମପାଲ, ରେସଲର ବିନେଶ ଫୋଗାଟ, ପାରା ଅଲିମ୍ପିକ ପଦକ ବିଜେତା ମରିୟପ୍ପନ ଥଙ୍ଗାବେଲୁ ଓ ଟେବୁଲ ଟେନିସ ଖେଳାଳି ମନିକା ବାତ୍ରାଙ୍କୁ ଯୁଗ୍ମ ଭାବେ ଖେଳ ରତ୍ନ ପୁରସ୍କାର ଦିଆଯାଇଥିଲା।

Get real time updates directly on you device, subscribe now.