fbpx

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ସିରିଜ: ଓପନିଂ ବ୍ୟାଟ୍ସମ୍ୟାନ ଚୟନ ସମସ୍ୟା ନେଇ ଚିନ୍ତାରେ ବିରାଟ ବାହିନୀ, ୪ ଖେଳାଳିଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ (ଓଡ଼ିଶ ଭାସ୍କର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ଯୋଡି ଚୟନ କରିବା ନେଇ ସମସ୍ୟାରେ ପଡିଛି କୋହଲି ବାହିନୀ । କାରଣ ଯୁବ ଓପନର ଶୁବମନ ଗିଲ୍‌ ଅହତ ହୋଇ ସିରିଜରୁ ବାଦ୍‌ ପଡିବା ପରେ ସମସ୍ୟା ଉପୁଜିଛି । ତେଣୁ ରୋହିତ ଶର୍ମାଙ୍କ ସହିତ ଅନ୍ୟ କେଉଁ ବ୍ୟାଟ୍ସମ୍ୟାନ ଇଂନିସ ଓପନିଂ କରିବେ ତାହା ସ୍ଥିର ହୋଇ ପାରୁ ନାହିଁ । ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଥିବା ୨୪ ଜଣିଆ ଭାରତୀୟ ଦଳରେ ଅଛନ୍ତି ଅନ୍ୟ ଦୁଇ ଓପନର କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ । ସେହିପରି ଷ୍ଟାଣ୍ଡବାଇ ଖେଳାଳି ବେଙ୍ଗଲ ଓପନର ଅଭିମନ୍ୟୁ ଇଶ୍ୱରନ୍‌ ମଧ୍ୟ ଚର୍ଚ୍ଚା ପରିସରରେ ସାମିଲ ହୋଇଛନ୍ତି ।

କ୍ରିକେଟରରୁ ଟିଭି ଭାଷ୍ୟକାର ପାଲଟି ଥିବା ଦାସଗୁପ୍ତା କହିଛନ୍ତି ଯେ ଇଂଲଣ୍ଡ ପରିବେଶରେ ମୟଙ୍କ ଅଗ୍ରୱାଲଙ୍କ ରେକର୍ଡ ଭଲ ଅଛି । ତେଣୁ ମୋ ପସନ୍ଦ ଅନୁଯାୟୀ ରୋହିତଙ୍କ ସହିତ ଅଗ୍ରୱାଲ ଇଂନିସ ଓପନିଂ କଲେ ନିଶ୍ଚିତ ଭଲ ହେବ । ସେହିପରି ୨୦୧୮-୧୯ ସିଜିନରେ ମଧ୍ୟ ଅଗ୍ରୱାଲଙ୍କ ଓପନିଂ ଭୂମିକା ଭଲ ଥିଲା ।

ସେହିପରି କେଏଲ ରାହୁଲ ସବୁବେଳେ ଟପ୍‌ ଅର୍ଡରରେ ଖେଳି ଆସି ଥିବାରୁ ତାଙ୍କ ଉପରେ ମଧ୍ୟ ନଜର ରଖା ଯାଇଛି । ମାତ୍ର ଦାସଗୁପ୍ତା କହିଛନ୍ତି ଯେ ରାହୁଲ ସୀମିତ ଓଭର ମ୍ୟାଚରେ ଜଣେ ଭଲ ଓପନର ଭାବେ ଜଣାଶୁଣା । ମାତ୍ର ଟେଷ୍ଟ କ୍ରିକେଟରେ ଦିନିକିଆ ଓ ଟି-୨୦ ଟେକନିକ୍‌ କାମ ଦେବ କି ନାହିଁ ,ତାହା ସନ୍ଦେହରେ ରହିଛି ।କାରଣ ଏହି ଫର୍ମାର୍ଟରେ ସେ ଜଣେ ଆକ୍ରମଣାତ୍ମକ ଓପନର । ମାତ୍ର ଟେଷ୍ଟ କ୍ରିକେଟ ପାଇଁ ଭଲ ଡିଫେନସିଭ୍‌ ଟେକନିକ୍‌ ଥିବା ବ୍ୟାଟ୍ସମ୍ୟାନ ଦରକାର । ଗତ ଦୁଇ ବର୍ଷଧରି ସେ ଟେଷ୍ଟ ଖେଳି ନାହାନ୍ତି ।

ସେହିପରି ପୂର୍ବତନ କ୍ରିକେଟର ୱାସିମ ଜାଫର ମଧ୍ୟ ମୟଙ୍କ ଅଗ୍ରୱାଲଙ୍କୁ ଅଧିକ ପସନ୍ଦ କରୁଛନ୍ତି । ଅନ୍ୟ ପକ୍ଷରେ ଷ୍ଟାଣ୍ଡ-ବାଇ ବ୍ୟାଟ୍ସମ୍ୟାନ ଅଭିମନ୍ୟୁ ଇଶ୍ୱରନ ଖେଳିଛନ୍ତି ୬୪ ପ୍ରଥମ ଶ୍ରେଣୀ କ୍ରିକେଟ । ମାତ୍ର ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ତେବେ ୨୦୧୮-୧୯ ଘରୋଇ କ୍ରିକେଟ ସିଜିନରେ ସେ ସଫଳ ବ୍ୟାଟ୍ସମ୍ୟାନ ଭାବେ ନିଜର ଦକ୍ଷତା ଦେଖାଇଥିଲେ ।

ଏହି ତିନି ଖେଳାଳିଙ୍କ ସହିତ ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛନ୍ତି ମୁମ୍ବାଇ ଓପନର ଫୃଥ୍ୱୀ’ଶ । ଘରୋଇ ବିଜୟ ହଜାରେ ଟ୍ରଫିରେ ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ୮୦୦ ରନ ପୂରଣ କରିଥିଲେ । ସେହିପରି ଲିଷ୍ଟ-ଏ କ୍ରିକେଟରେ ସେ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେଣୁ ତାଙ୍କୁ ଇଂଲଣ୍ଡ ପଠାଗଲେ ସେ ନିଶ୍ଚିତ ଓପନିଂ ଦାୟିତ୍ୱ ନେଇ ପାରିବେ ବୋଲି ଅନେକ ମତ ଦେଉଛନ୍ତି । ତେଣୁ ଏହି ପରିସ୍ଥିତିରେ ଭାରତୀୟ ଦଳ ମ୍ୟାନେଜମେଣ୍ଟ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇ ପାରୁନି । ଶୁବମନ ଗିଲ୍‌ ସିରିଜରୁ ବାଦ ପଡିବା ଖବର ଜାଣିବା ପରେ କେତେକ ବରିଷ୍ଠ କ୍ରିକେଟର ଅନୁମାନ କରୁଛନ୍ତି ଯେ ଭାରତ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ ସମସ୍ୟା ଦେଇ ଗତି କରିବ । ତେଣୁ ରୋହିତ ଶର୍ମାଙ୍କ ସ୍ଥାନରେ ଅନ୍ୟ କେଉଁ ବ୍ୟାଟ୍ସମ୍ୟାନ ଏଡି ଗୁରୁ ଦାୟିତ୍ୱ ସମ୍ଭାଳିବେ ତାହା ବର୍ତ୍ତମାନ ମୁଖ୍ୟ ପ୍ରଶ୍ନ ହୋଇଛି ।

Get real time updates directly on you device, subscribe now.