fbpx

ବଢିଲା ଚିନ୍ତା: ଡେଲ୍ଟା ମୁକାବିଲାରେ ବିଫଳ କୋଭିସିଲ୍ଡ

ନୂଆଦିଲ୍ଲୀ: କରୋନାର ନୂତନ ଭାରିଆଣ୍ଟ ଡେଲଟା ଭାଇରାସକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଭାରତୀୟ ଟିକା କୋଭିସିଲ୍ଡ ଡେଲଟା ଭାରିଆଣ୍ଟର ମୁକାବିଲାରେ ବିଫଳ ହୋଇଛି । ଅଧ୍ୟୟନରୁ ଜଣାପଡ଼ିଛି କୋଭସିଲ୍ଡ ଟିକାର ଦ୍ୱିତୀୟ ଡୋଜ ନେଇସାରିଥିବା ବ୍ୟକ୍ତିଙ୍କ ଠାରେ ମଧ୍ୟ ଡେଲ୍ଟା ଭାରିଆଣ୍ଟ ବିରୋଧରେ ଆଣ୍ଟିବଡି ସୃଷ୍ଟି ହେଉନାହିଁ । ଦୁଇ ଡୋଜ୍ ଟିକା ନେଇ ସାରିଥିବା ୧୬% ଏବଂ ଗୋଟିଏ ଡୋଜ ନେଇଥିବା ୫୮.୧ ପ୍ରତିଶତଙ୍କ ନମୂନା ପରୀକ୍ଷଣରୁ ଏହି ତଥ୍ୟ ମିଳିଛି । ଆଇସିଏମଆର ବିଶେଷଜ୍ଞଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଏହାର ସମୀକ୍ଷା କରାଯାଇନାହିଁ ।

ସେହିଭଳି ଭାକ୍ସିନ ନେଇଥିବା ବ୍ୟକ୍ତିଙ୍କଠାରେ ବି୧ ଭାରିଆଣ୍ଟ ତୁଳାନରେ ଡେଲଟା ଭାରିଆଣ୍ଟ ଉପରେ ଏହାର ପ୍ରଭାବ କମ ରହିବାର ସମ୍ଭାବନା ରହିଛି । ଭାକି୍ସନର ଗୋଟିଏ ଡୋଜ ନେଇଥିବା ବ୍ୟକ୍ତିଙ୍କଠାରେ ବି୧ ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ଉପରେ ୭୮ ପ୍ରତିଶତ କମ ପ୍ରଭାବୀ ହେଉଛି । ସେହିଭଳି ଦୁଇଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ଉପରେ ଏହା ବି୧ ତୁଳନାରେ ଡେଲଟା ଭାରିଆଣ୍ଟ ଉପରେ ୬୯ ପ୍ରତିଶତ କମ ପ୍ରଭାବୀ ରହିଥିବା ଜଣାପଡିଛି ।

କ୍ରିଷ୍ଟିଆନ ମେଡିକାଲ କଲେଜର ପୂର୍ବତନ ମାଇକ୍ରୋ ବାୟୋଲୋଜି ଡକ୍ଟର ଜାକବ କହିଛନ୍ତି ଯେ ଏହା କହିବା ଉଚିତ ହେବ ନାହିଁ ଯେ ଟିକା ନେଇଥିବା ବ୍ୟକ୍ତିଙ୍କଠାରେ ଡେଲଟା ଭାରିଆଣ୍ଟ ପ୍ରତି ଆଣ୍ଟିବଡି ସୃଷ୍ଟି ହେଉନାହିଁ । ହୋଇପାରେ ଏହା କମ ଥାଇପାରେ ଯାହା ଜଣାପଡୁନାହିଁ ।

Get real time updates directly on you device, subscribe now.